/odisha-reporter/media/post_attachments/uploadimage/library/16_9/16_9_0/IMAGE_1704207699.jpg)
Masood azhar
ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ମାସୁଦ ଆଝାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଦାବିକୁ ପ୍ରମାଣ କରିବା ପାଇଁ ଏକାଧିକ ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।
କିଛି ଦିନ ତଳେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମକୁ ବିଷ ଦିଆଯାଇଥିବା ଖବର ଭାଇରାଲ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ, ତାହା ଫେକ ଥିଲା ବୋଲି ଜଣାପଡ଼ିଥିଲା। ଏବେ ମାସୁଦ ଆଝାରକୁ ନେଇ ସେଭଳି କିଛି ଖବର ପ୍ରକାଶ ପାଇଛି।
୨୦୦୧ ସଂସଦ ଆକ୍ରମଣ ଠାରୁ ଆରମ୍ଭ କରି ପୁଲୱାମା ଭଳି ଆତଙ୍କବାଦୀ ହମଲାରେ ମାସୁଦ ସାମିଲ ରହିଛି। ସେ ଭାରତର ମୋଷ୍ଟୱାଣ୍ଟେଡ। ଏସବୁ ଭିତରେ କାଲି ଠାରୁ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ମାସୁଦ ବାହାବଲପୁର ଠାରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଛି।
ସେ ମସଜିଦରୁ ଫେରୁଥିବା ବେଳେ ଭୋର ୫ଟା ସମୟରେ ବିସ୍ଫୋରଣ ହୋଇଥିଲା। କାର୍ ସହ ମାସୁଦ ପ୍ରାଣ ହରାଇଥିବା ଦାବି କରାଯାଇଛି। ଅଜଣା ଆତତାୟୀମାନେ ପୂର୍ବ ଶତ୍ରୁତାରୁ ଏପରି ହତ୍ୟାକାଣ୍ଡ ଘଟାଇଥିବା ମଧ୍ୟ କୁହାଯାଇଛି।
ଟାଇମ୍ସ ଆଲଜେବ୍ରା ନାମକ ଗୋଟିଏ ଆକାଉଣ୍ଟରେ ଏସଂକ୍ରାନ୍ତରେ ଫଟୋ ପୋଷ୍ଟ କରାଯାଇଛି। ଏହାକୁ ମୁଜାଫରବାଦ ନ୍ୟୁଜ ବୁଲେଟିନ ମଧ୍ୟ ପ୍ରକାଶ କରିଛି। କିନ୍ତୁ ଉକ୍ତ ଫଟୋ ଓ ଭିଡିଓକୁ ଯାଞ୍ଚ କରିବା ପରେ ପୂରା ସତ ସାମ୍ନାକୁ ଆସିଛି।
ନଭେମ୍ବର ୩ରେ OSINT ନାମକ ଏକ୍ସ ଆକାଉଣ୍ଟରେ ସମାନ ଭିଡିଓ ଓ ଫଟୋ ପୋଷ୍ଟ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଡେରା ଇସ୍ମାଇଲ ଖାନ ଠାରେ ପୁଲିସ୍ ଭ୍ୟାନକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ଏଥିରେ ୬ ଜଣ ପ୍ରାଣ ହରାଇଛନ୍ତି ଓ ୨୫ ଜଣ ଆହତ ହୋଇଛନ୍ତି।
ସେଇଟା ମଧ୍ୟ ଗୋଟିଏ ନକଲି ଫଟୋ ଥିଲା। ଏହାପୂର୍ବରୁ ୨୦୧୯ରେ ହସନତ ଅଲୀ ନାମକ ଆକାଉଣ୍ଟରୁ ସମାନ ଫଟୋ ପୋଷ୍ଟ କରାଯାଇଥିଲା।
ଏଥିରେ କୁହାଯାଇଥିଲା ଯେ ବିସ୍ଫୋରଣରେ ୩ ଜଣ ଟିକଟକ ଷ୍ଟାର ପ୍ରାଣ ହରାଇଛନ୍ତି। ତେଣୁ ମାସୁଦ ସମ୍ପର୍କରେ ପ୍ରକାଶ ପାଇଥିବା ଫଟୋ ଓ ଭିଡିଓ ଫେକ୍ ବୋଲି ପ୍ରମାଣିତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
