Advertisment

ମୋ ନାତି ବଞ୍ଚିଛି ନା ମାରିଦେଲ? ନିକିତାଙ୍କ ଗିରଫ ପରେ ପ୍ରଶ୍ନ କଲେ ଅତୁଲଙ୍କ ବାପା

ପତ୍ନୀ ନିକିତା, ଶାଶୁ ଓ ଶଳାଙ୍କ ଗିରଫଦାରୀ ପରେ ତାଙ୍କ ୪ ବର୍ଷର ନାତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଅତୁଲ ସୁଭାଷଙ୍କ ବାପା ପବନ କୁମାର ମୋଦି।

Atul Subhas Father Ask

Atul Subhas Father Ask

Advertisment

ଯୁବ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଆତ୍ମହତ୍ୟା କରିବା ପାଇଁ ଉସ୍‌କାଇବା ଓ ନିର୍ଯାତନା ଦେବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ ତାଙ୍କ ପତ୍ନୀ ନିକିତା, ଶାଶୁ ଓ ଶଳାକୁ ଗିରଫ କରିଛି। ଏହି ଗିରଫଦାରୀ ପରେ ତାଙ୍କ ୪ ବର୍ଷର ନାତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଅତୁଲ ସୁଭାଷଙ୍କ ବାପା ପବନ କୁମାର ମୋଦି।

Advertisment

ଅତୁଲ ସୁଭାଷଙ୍କ ବାପା କହିଛନ୍ତି, 'ମୋ ନାତି କୁଆଡେ ଗଲା। ମୁଁ ଜାଣିନି ମୋ ନାତିକୁ ସେମାନେ କେଉଁଠି ରଖିଛନ୍ତି। ତାକୁ ମାରିଦେଲ ନା ସେ ବଞ୍ଚିଛି? ମୁଁ ଚାହୁଁଛି ଯେ, ମୋ ନାତି ଆମ ସହ ରହୁ।'

ଏହା ସହିତ ସେ ଆହୁରି କହିଛନ୍ତି, 'ଅଭିଯୁକ୍ତକୁ ଗିରଫ କରିଥିବାରୁ ମୁଁ ପୁଲିସକୁ ଧନ୍ୟବାଦ ଜଣାଉଛି। ଅଭିଯୁକ୍ତ ଜଜ୍ ଦୁର୍ନୀତିଗ୍ରସ୍ତ ଥିଲେ। ମୋତେ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ କାରଣ ମୋ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁଁ ଚାହୁଁଛି ଯେ, ମୋ ନାତି ମୋ ପାଖକୁ ଆସୁ। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଓ ଅନ୍ୟ ନେତାମାଙ୍କୁ ନିବେଦନ କରୁଛି।'

Advertisment

କହିରଖୁ ଯେ, ବେଙ୍ଗାଲୁରୁ ପୁଲିସ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପତ୍ନୀ, ତାଙ୍କ ଶାଶୁ ଓ ଶାଳାଙ୍କୁ ଗିରଫ କରିଛି। ପତ୍ନୀ ନିକିତା ସିଙ୍ଘାନିଆଙ୍କୁ ହରିୟାଣାର ଗୁରୁଗ୍ରାମରୁ ଏବଂ ତାଙ୍କ ମା' ନିଶା ସିଙ୍ଘାନିଆ ଓ ତାଙ୍କ ଭାଇ ଅନୁରାଗ ସିଙ୍ଘାନିଆଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଶନିବାର ସକାଳେ ଗିରଫ କରାଯାଇ ବେଙ୍ଗାଲୁରୁ ଅଣାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ସମସ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

୩୪ ବର୍ଷୀୟ AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଡିସେମ୍ବର ୯ ତାରିଖରେ ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁର ମୁନ୍ନେକୋଲାଲୁ ସ୍ଥିତ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା। ଆତ୍ମହତ୍ୟା ପୂର୍ବରୁ ସେ ୨୪ ପୃଷ୍ଠାର ଏକ ସୁସାଇଡ୍‌ ନୋଟ୍‌ ଦେଢ଼ ଘଣ୍ଟାର ଭିଡିଓ ମେସେଜ୍‌ ଛାଡିଥିଲେ। ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀ ଏବଂ ଶାଶୁ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଲଗାତର ନିର୍ଯାତନା ଦେଉଥିଲେ। ସେମାନେ ହିଁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅତୁଲ ଭିଡିଓରେ ଅଭିଯୋଗ କରିଥିଲେ।

Techie Atul Subhash's Father Bengaluru Atul Subhash Suicide Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe