Advertisment

ବନ୍ଧା ହେଲେ ଆତଙ୍କବାଦୀ ସଙ୍ଗଠନ ISISର ଭାରତ ଚିଫ୍‌

ଆସାମର ଧୁବରୀଠାରେ ଥିବା ଭାରତ-ବାଂଲାଦେଶ ସୀମାରେ ଥିବା ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି।

author-image
Niharika Rout
Arrest

Arrest

ବନ୍ଧା ହେଲେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଭାରତ ଚିଫ୍‌ ହାରିଶ ଫାରୁକି। ଆସାମର ଧୁବରୀଠାରେ ଥିବା ଭାରତ-ବାଂଲାଦେଶ ସୀମାରେ ଥିବା ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାଙ୍କର ଜଣେ ସହଯୋଗୀ ରେହାନଙ୍କୁ ବି ବାନ୍ଧିଛି STF ।

Advertisment

ISISର ଦୁଇ ସଦସ୍ୟ ବାଂଲାଦେଶ ସୀମା ଦେଇ ଭାରତରେ ପ୍ରବେଶ କରି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଷଡଯନ୍ତ୍ର କରୁଥିବା STF କୁ ସୂଚନା ମିଳିଥିଲା। ଏହାପରେ ଉଭୟଙ୍କୁ ଧରିବା ନିମନ୍ତେ STFର ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଏହି ଟିମ୍‌ ମଙ୍ଗଳବାର ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଆରମ୍ଭ କରିଥିଲା। ହାରିଶ ଫାରୁକି ଓ ରେହାନ ସୀମା ଡେଇଁ ଭାରତରେ ପ୍ରବେଶ କରି ଧୁବରୀର ଧର୍ମଶାଳା ଅଞ୍ଚଳରେ ଥିଲେ। ଏନେଇ ସୂଚନା ପାଇବା ପରେ STF ଟିମ୍‌ ଉଭୟଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି।

ପୁଲିସ୍ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ସହ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ଯୋଜନା କରୁଥିଲେ। ସେମାନେ ଭାତରରେ ISIS ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ବିରୋଧରେ ଦିଲ୍ଲୀ, ଲକ୍ଷ୍ନୌ ସମେତ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି। 

Advertisment
STF Assam ISIS Arrest