Advertisment

ବିଜେପି ସାଂସଦଙ୍କୁ ୧୦୦ କୋଟିର ମାନହାନୀ ନୋଟିସ ପଠାଇଲା ଇସ୍କନ

ଇସ୍କନ ଦୁନିଆର ସବୁଠୁ ବଡ଼ ଠକ ଓ ଏହି ଧାର୍ମିକ ସଂସ୍ଥା କଂସେଇ ହାତକୁ ଗାଈ ଟେକି ଦେଉଛି ବୋଲି ମାନେକା କହିଥିଲେ।

BJP

BJP

Advertisment

ବିଜେପି ସାଂସଦ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛି ଇସ୍କନ। ଇସ୍କନ ଦୁନିଆର ସବୁଠୁ ବଡ଼ ଠକ ଓ ଏହି ଧାର୍ମିକ ସଂସ୍ଥା କଂସେଇ ହାତକୁ ଗାଈ ଟେକି ଦେଉଛି ବୋଲି ମାନେକା କହିଥିଲେ। ଏହାକୁ ଇସ୍କନ ଖଣ୍ଡନ କରିଥିଲା। ତେବେ ଆଜି ଇସ୍କନ ପକ୍ଷରୁ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ କରାଯାଇଛି।

Advertisment

ଏହାର ଉପ ସଭାପତି ରାଧାରମଣ ଦାସ କହିଛନ୍ତି, “ଆଜି ଆମେ ଇସ୍କନ ବିରୋଧୀରେ ସଂପୂର୍ଣ୍ଣ ଭିତ୍ତିହୀନ ଆରୋପ ଲଗାଇଥିବା ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ କେସ୍‌ ନୋଟିସ ପଠାଇଛୁ। ସେ କରିଥିବା ଅଭିଯୋଗରେ ଇସ୍କନର ଶ୍ରଦ୍ଧାଳୁ, ସମର୍ଥକ ଓ ଶୁଭେଚ୍ଛୁମାନେ ଗଭୀର ଭାବେ ମର୍ମାହତ ହୋଇଛନ୍ତି।”

ମାନେକା ଅଭିଯୋଗ କହିଥିଲେ ଯେ ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରି ଦେଉଛି। ଏପରିକି ଇସ୍କନ ଯେତେ ଗାଈ ବିକ୍ରି କରୁଛନ୍ତି, ଅନ୍ୟ କେହି ବି ସେହି ପରିମାଣର ଗାଈକୁ ବିକ୍ରି କରୁ ନାହାନ୍ତି। ଗୋଶାଳା କରିବା ନିମନ୍ତେ ଇସ୍କନ ସରକାରଙ୍କଠାରୁ ବହୁ ଜମି ହାତେଇଛି। କିଛି ଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଗୋଶାଳା ପରିଦର୍ଶନ କରିଥିଲି। ସେଠାରେ ଗୋଟିଏ ବି ବୁଢ଼ି ଗାଈ କି ବାଛୁରୀ ନାହାନ୍ତି। ଫଳରେ ସେମାନେ ସବୁ ଗାଈ ବିକ୍ରି କରି ଦେଉଥିବା ସ୍ପଷ୍ଟ ହେଉଛି।

Advertisment

ଯେତକ ଗାଇ ଅଛନ୍ତି ସମସ୍ତେ କ୍ଷୀର ଦେଉଛନ୍ତି। ତେଣୁ ଏମାନେ ଯେତେ ଗାଈ ବିକୁଛନ୍ତି, ତାହା ଆଉ କେହି କରୁ ନାହାନ୍ତି। ଯଦି ସେମାନେ ଏପରି କରିବେ, ଅନ୍ୟମାନେ କ’ଣ କରୁଥିବେ ଭାବନ୍ତୁ? ବାଟଘାଟରେ ହରେ ରାମ ହରେ କୃଷ୍ଣ କରୁଥିବା ବେଳେ ଅସଲ ମୁଖା କିନ୍ତୁ ଭିନ୍ନ ବୋଲି ସେ ଅଭିଯୋଗ କରିଥିଲେ।

Bjp Maneka Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe