Mahmood Madani
ଇସଲାମ ବିଶ୍ୱର ସର୍ବ ପୁରାତନ ଧର୍ମ। ଜାମିଆତ୍ ଉଲାମା-ଇ-ହିନ୍ଦ ମୁଖ୍ୟ ମହମୁଦ ମଦାନୀ ଏହା ଦାବି କରିଛନ୍ତି। ତାଙ୍କର ଏହି ଏହି ବୟାନ ଏବେ ବିବାଦ ଛିଡ଼ା କରିଛି। ସଙ୍ଗଠନର ୩୪ତମ ସାଧାରଣ ସଭାକୁ ସମ୍ବୋଧିତ କରି ମଦାନୀ କହିଛନ୍ତି ଯେ, ଭାରତ ଯେତିକି ତାଙ୍କର ସେତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏବଂ ସେତିକି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କର ମଧ୍ୟ। ସେ କହିଛନ୍ତି ଯେ, ଭାରତ ଆମର ଦେଶ। ଏହି ଦେଶ ଯେତିକି ନରେନ୍ଦ୍ର ମୋଦି ଏବଂ ମୋହନ ଭାଗବତଙ୍କର ସମାନ ଭାବରେ ଏହି ଦେଶ ମହମୁଦଙ୍କର ଅଟେ।
ନା ମହମୁଦ ସେମାନଙ୍କଠାରୁ ଇଞ୍ଚେ ବଡ଼ ନା ସେମାନେ ମହମୁଦଙ୍କ ଠାରୁ ଇଞ୍ଚେ ଆଗରେ ଅଛନ୍ତି। ସେ ଆହୁରି କହିଛନ୍ତି ଯେ, ଭାରତ ହେଉଛି ମୁସଲମାନଙ୍କର ପ୍ରଥମ ଘରୋଇ ମାଟି। ସେ କହିଛନ୍ତି ଯେ, ଇସଲାମ ଧର୍ମ, ଯାହା କୁହାଯାଉଛି ବାହାରୁ ଆସିଛି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଭିତ୍ତିହୀନ। ହିନ୍ଦୀ ମୁସଲମାନଙ୍କ ପାଇଁ ଭାରତ ହେଉଛି ସବୁଠୁ ଉତ୍ତମ ଦେଶ। ଭାରତ ମାଟି ହେଉଛି ମୁସଲମାନଙ୍କର ଆଦ୍ୟ ବାସସ୍ଥାନ। ସବୁଧର୍ମ ମଧ୍ୟରେ ସର୍ବପୁରାତନ ଧର୍ମ ହେଉଛି ଇସଲାମ।
ଭାରତ ହେଉଛି ହିନ୍ଦୀ ମୁସଲିମଙ୍କ ପାଇଁ ସବୁଠାରୁ ଶ୍ରେଷ୍ଠ ଦେଶ। ସେହିପରି ଦେଶରେ ଇସଲାମାଫୋବିଆ ଏବଂ ହେଟ ସ୍ପିଚକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମୁସଲମାନଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଥିବା ଅଭିଯୋଗ କରି ସଂଖ୍ୟା ଲଘୁଙ୍କ ସୁରକ୍ଷା ପାଇଁ ଭିନ୍ନ ଆଇନ ଆଣିବାକୁ ଜାମିଆତ୍ ଉଲାମା-ଇ-ହିନ୍ଦ ସଙ୍ଗଠନ ଦାବି କରିଛି । ଏହି ସଙ୍ଗଠନ ପକ୍ଷରୁ ସଂଖ୍ୟାଲଘୁଙ୍କ ବିରୋଧରେ ପ୍ରସାରିତ ହେଉଥିବା ଘୃଣା ଏବଂ ଇସଲାମଫୋବିଆ ସମ୍ପର୍କରେ ଅନେକ ପ୍ରସ୍ତାବ ପାରିତ ହୋଇଥିଲା । ନିକଟରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ହିଂସା ବୃଦ୍ଧି ପାଇଥିବା ଏବଂ ସେମାନେ ଦେଶରେ ଅସୁରକ୍ଷିତ ମନେ କରୁଥିବା ସଙ୍କଠନ ଅଭିଯୋଗ କରିଛି। ସକରାର ସବୁ ଜାଣି ମଧ୍ୟ ନିରବ ରହୁଛନ୍ତି। ତେଣୁ ଭାରତର ମଳିନ ହୋଇଥିବା ଛବିକୁ ସଜାଡ଼ି ସକରାତ୍ମ ଦିଗରେ ତିଆରି କରିବା ପାଇଁ ସଙ୍ଗଠନ ଦାବି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676104888.jpg)