ଆଇଏସ ଲିଙ୍କ: ଆଫଗାନ ଯିବାକୁ ଚେଷ୍ଟା କରିବା ବେଳେ ଗୁଜରାଟରୁ ଧରାପଡ଼ିଲେ ମହିଳାଙ୍କ ସହ ୪

ଗିରଫ ମହିଳା ଜଣଙ୍କ ଘର ସୁରତରେ ହୋଇଥିବା ବେଳେ ୩ ଯୁବକ ଶ୍ରୀନଗରର ମୂଳବାସିନ୍ଦା। ଏହି ୪ ଜଣ ପୋରବନ୍ଦରରୁ ଆଫଗାନିସ୍ତାନ ଯିବାକୁ ଉଦ୍ୟମ କରୁଥିଲେ। ଗିରଫ ୪ ଅଭିଯୁକ୍ତ ଆଇଏସ୍‌ ପାଇଁ କାମ କରୁଥିବା ଏଟିଏସ ସୂଚନା ପାଇଥିଲା।

IS

ଗିରଫ ୪ ଅଭିଯୁକ୍ତ

Hemant Lenka
  • Published: Saturday, 10 June 2023
  • Updated: 10 June 2023, 07:06 PM IST

Sports

Latest News

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ଲିଙ୍କରେ ଥିବା ଗୋଟିଏ ଗ୍ରୁପ୍‌ର ପର୍ଦ୍ଦାଫାସ କରିଛି ଗୁଜରାଟ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ ବା ଏଟିଏସ। ଏଥିସହ ପୋରବନ୍ଦରରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି।

ଏହାପରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଡିଆଇଜି ଦୀପନ ଭଦ୍ରନ ଓ ଏସ୍‌ପି ସୁନୀଲ ଯୋଶୀଙ୍କ ଅଧୀନରେ ପୋରବନ୍ଦରରେ ଆରମ୍ଭ ହୋଇଥିବା ଅପରେସନକୁ ଶୁକ୍ରବାର ସଫଳତା ମିଳିଛି।

Also Read

ଗିରଫ ଅଭିଯୁକ୍ତମାନେ ତାଲିମ ପାଇଁ ଆଫଗାନିସ୍ତାନ ଯିବାକୁ ଯୋଜନା କରିଥିଲେ। ସେଠାରେ ତାଲିମ ନେବା ପରେ ସେମାନେ ଆଇଏସ୍‌ ଖୋରସାନରେ ସାମିଲ ହୋଇଥାଆନ୍ତେ। ଏଥିପାଇଁ ସେମାନେ ପୋରବନ୍ଦର ପହଞ୍ଚିଥିଲେ। ଏଠାରୁ ଡଙ୍ଗା ଭଡ଼ା କରି ସେମାନେ ଆଫଗାନ ଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

କଶ୍ମୀରରର ୩ ଯୁବକଙ୍କ ଠାରୁ ଜେହାଦୀ ସମ୍ପର୍କିତ ଏକାଧିକ ଦସ୍ତାବିଜ ମିଳିଉଛି। ଆଇଏସ୍‌ ଖୋରସାନର କିଛି ବ୍ୟାନର, ଭିଡିଓ-ଅଡିଓ କ୍ଲିପ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବିଷୟବସ୍ତୁ ଥିବା ଭାଷଣର ଦୃଶ୍ୟ ୩ ଯୁବକଙ୍କ ମୋବାଇଲରୁ ମିଳିଛି। ସେହିପରି ସୁରତର ସୁମାଇରା ବାନୁର ଘରୁ ମିଳିଥିବା ମୋବାଇଲ ଓ ଟାବଲେଟରୁ ଆଇଏସ୍‌ ବିଷୟବସ୍ତୁ ମିଳିଛି।

ଏଟିଏସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପୂର୍ବରୁ ସେମାନେ ପୋରବନ୍ଦରରେ ଶ୍ରମିକ ଭାବେ କାମ କରୁଥିଲେ। ଅଭିଯୁକ୍ତମାନେ ଫିସିଂ ବୋଟର କ୍ୟାପ୍ଟେନ ଓ ଜିପିଏସ ସଂଯୋଜକ ଭାବେ କାମ କରିବାକୁ ମଧ୍ୟ ଯୋଜନା କରିଥିଲେ। ସେମାନଙ୍କ ନିକଟରୁ କିଛି ଅସ୍ତ୍ରଶସ୍ତ୍ର ମିଳିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବିଗତ ଗୋଟିଏ ବର୍ଷ ହେଲାଣି ଅଭିଯୁକ୍ତମାନେ ଆଇଏସ୍‌ ଲିଙ୍କରେ ରହିଥିଲେ। କଶ୍ମୀରର ଆଉ ଜଣେ ବ୍ୟକ୍ତି ଜୁବୈର ମହମ୍ମଦ ଏହି ୪ ଜଣଙ୍କ ସହ ମଧ୍ୟ ଆଫଗାନିସ୍ତାନ ଯିବାର ଥିଲା। କିନ୍ତୁ ତାକୁ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇନି। ତେଣୁ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ରେଡ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story