Advertisment

ଇସ୍ରାଏଲ-ହମାସ ଯୁଦ୍ଧ: ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ଉଭୟ ନେତା ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Egypt President and PM Modi

Egypt President and PM Modi

Advertisment

ଇସ୍ରାଏଲ ଓ ହମାସ ମଧ୍ୟ ଦୀର୍ଘ ଦିନ ହେବ ଲାଗି ରହିଛି ଯୁଦ୍ଧ। ଏଥିଯୋଗୁ ଅନେକ ଲୋକେ ଉଭୟ ପକ୍ଷରୁ ପ୍ରାଣ ହରାଇସାରିଲେଣି। ଏବେ ଏହି ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଅଲ-ସିସିଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଇସ୍ରାଏଲ-ହାମାସ ବିବାଦ ବିଷୟରେ ଦୁଇ ଦେଶର ନେତା ଆଲୋଚନା କରିଛନ୍ତି। ଏହି ସମୟରେ ଉଭୟ ନେତା ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନଃରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ରବିବାର ସକାଳେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, 'ଗତକାଲି ରାଷ୍ଟ୍ରପତି ଅବଦେଲ୍‌ଙ୍କ ସହ କଥା ହେଲି। ପଶ୍ଚିମ ଏସିଆର ସୁରକ୍ଷା ତଥା ମାନବିକ ସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହରାଇବା ନେଇ ଆମେ ଚିନ୍ତା କରୁଛୁ। ଯେପରି ଶୀଘ୍ର ଆମେ ଶାନ୍ତି ଏବଂ ସ୍ଥିରତା ଆସିବ ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି। ମାନବିକ ସହାୟତା ପ୍ରଦାନ କରିବାରେ ମଧ୍ୟ ସହମତ ଅଛୁ।'

ସେପଟେ ଏହି ଆଲୋଚନାକୁ ନେଇ ଇଜିପ୍ଟ ପକ୍ଷରୁ ମଧ୍ୟ ବୟାନ ଜରି କରାଯାଇଛି। ବୟାନ ମୁତାବକ, ଦୁଇ ନେତା ଗାଜା ଅଞ୍ଚଳରେ ଇସ୍ରାଏଲ ସେନାର ବର୍ତ୍ତମାନର କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସାଧାରଣ ନାଗରିକଙ୍କ ଉପରେ ଏହାର ଭୟଙ୍କର ପ୍ରଭାବ ଏବଂ ସମଗ୍ର ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ସିସି ବର୍ତ୍ତମାନର ପରିସ୍ଥିତିର ଗମ୍ଭୀରତା ଉପରେ ଆଲୋଚନା କରିଛନ୍ତି। ଗାଜା ଷ୍ଟ୍ରିପରେ ଇସ୍ରାଏଲର ସାମରିକ କାର୍ଯ୍ୟକଳାପ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ।

Advertisment

ସୂଚନା ମୁତାବକ, ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏଥିରେ ପାଖାପାଖି ୧୪୦୦ ଲୋକ ପ୍ରାଣ ହରାଇଥିଲେ। ତେବେ ହମାସର ଏହି ଆକ୍ରମଣ ପରେ ଇସ୍ରାଏଲ ଏବେ ରକ୍ତମୁକା ହୋଇପଡିଛି। ଗାଜା ଷ୍ଟ୍ରିପ୍‌ରେ ଥିବା ହମାସର ଠିକଣା ଉପରେ ଖୋଜି ଖୋଜି ଏୟାରଷ୍ଟ୍ରାଇକ୍ କରୁଛି। କେବଳ ଏୟାରଷ୍ଟ୍ରାଇକ୍‌ ନୁହେଁ ସ୍ଥଳ ପଟୁ ମଧ୍ୟ ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଏହି ଆକ୍ରମଣ ଯୋଗୁ ଗାଜାରେ ବର୍ତ୍ତମାନ ସୁଦ୍ଧା ୮୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଇଛି।

PM Modi Israel Israel-Palestine Conflict Egypt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe