Advertisment

ସ୍ପେସ୍‌ ଡକିଂ ସ୍ଥଗିତ ରଖିଲା ଇସ୍ରୋ

ସ୍ପେଡେକ୍ସ ମିଶନରେ ଯାଇ ମହାକାଶରେ ଘୁରି ବୁଲୁଥିବା ୨ଟି ସ୍ପେସ୍‌କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ାଯିବା ପାଇଁ ଆଜି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

author-image
Madhupriya Mistry
ISRO

ISRO

ସ୍ପେସ୍‌ ଡକିଂ ସ୍ଥଗିତ ରଖିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ସ୍ପେଡେକ୍ସ ମିଶନରେ ଯାଇ ମହାକାଶରେ ଘୁରି ବୁଲୁଥିବା ୨ଟି ସ୍ପେସ୍‌କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ାଯିବା ପାଇଁ ଆଜି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦୁଇ ସାଟେଲାଇଟ୍ ସୁରକ୍ଷିତ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ।

Advertisment

ପୂର୍ବରୁ ୭ ତାରିଖରେ ଡକିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଡିସେମ୍ବର ୩୦ରେ ଉତକ୍ଷେପଣ ପରେ, ୨ଟି ଯାକ ସ୍ପେସକ୍ରାଫ୍ଟ ପୃଥିବୀ ପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ବୃତ୍ତାକାର କକ୍ଷପଥରେ ଘୁରି ବୁଲୁଛନ୍ତି।

ଉଭୟ ଚେଜର୍ ଓ ଟାର୍ଗେଟର ଓଜନ ୨୨୦ କିଲୋଗ୍ରାମ୍ ଲେଖାଏଁ ହୋଇଥିବା ବେଳେ, ସେମାନେ ମହାକାଶରେ ଘଣ୍ଟାପ୍ରତି ୨୪ ହଜାର କିଲୋମିଟର ବେଗରେ ଘୁରି ବୁଲୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ନିଖୁଣ ଭାବେ ଯୋଡ଼ିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ।

Advertisment

ଏହା ଖୁବ୍ ସୂକ୍ଷ୍ମ ପ୍ରକ୍ରିୟା ହୋଇଥିବା ବେଳେ, ଏଥିରେ ସଫଳତା ମିଳିଲେ ଡକିଂ ଟେକ୍ନୋଲୋଜି ହାସଲ କରିବାରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ପାଲଟିବ ଭାରତ। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଏବଂ ଚନ୍ଦ୍ରଯାନ-୪ ମିଶନ ପାଇଁ ଡକିଂ ଟେକନୋଲୋଜି ନିତାନ୍ତ ଜରୁରୀ।

SpaDEx Docking ISRO Spadex Mission