Advertisment

ଇତିହାସ ରଚିଲା ଇସ୍ରୋ, ଏକାସଙ୍ଗେ ମହାକାଶକୁ ପଠାଇଲା ୩୬ ସାଟେଲାଇଟ୍‌

ସବୁଠୁ ଓଜନିଆ LVM3 ରକେଟ ଉତକ୍ଷେପଣ ହୋଇଛି।

ISRO launches indias-largest lvm3 rocket

ISRO launches indias-largest lvm3 rocket

Advertisment

ପୁଣି ଆଉ ଏକ ଇତିହାସ ରଚିଲା ଇସ୍ରୋ। ଏକା ସଙ୍ଗେ ମହାକାଶକୁ ପଠାଇଲା ୩୬ଟି ସାଟେଲାଇଟ୍। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଇଛି। ଆଜି ସକାଳ ୯ଟାରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ LVM3 ରକେଟର ଉତକ୍ଷେପଣ ହୋଇଛି।

Advertisment

ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ୩୬ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇଛି। 

LVM3 ରକେଟର ଓଜନ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ରହିଛି। ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ନେଇ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ। ଗତବର୍ଷ ଅକ୍ଟୋବର ୨୩ରେ ମଧ୍ୟ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ କରାଯାଇଥିଲା। 

Advertisment

ୱାନ୍‌ୱେବ୍‌ର ମହାକାଶ କକ୍ଷପଥରେ ୫୮୨ ଉପଗ୍ରହ ଥିବାବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି। କମ୍ପାନୀ କହିଛି ଯେ ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି।

ୱାନୱେବ ହେଉଛି ବ୍ରିଟେନର ଏକ ଯୋଗାଯୋଗ କମ୍ପାନୀ ଯାହାକି ବ୍ରିଟିଶ ସରକାର, ଭାରତର ଭାରତୀ ଏଣ୍ଟରପ୍ରାଇଜେସ୍, ଫ୍ରାନ୍ସର ଇଟେଲସାଟ, ଜାପାନର ସଫ୍ଟବ୍ୟାଙ୍କ, ଆମେରିକାର ହ୍ୟୁଜ୍ ନେଟୱାର୍କ ଏବଂ ଦକ୍ଷିଣ କୋରିଆ ପ୍ରତିରକ୍ଷା କମ୍ପାନୀ ହାନୱାଙ୍କର ମାଲିକାନା ଅଟେ।

ISRO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe