Advertisment

କେସିଆରଙ୍କ ଝିଅ କବିତାଙ୍କ ଘରେ ପଶିଲା ଇଡି ଓ ଆୟକର ବିଭାଗ

ଉଭୟ ତଦନ୍ତକାରୀ ସଂସ୍ଥାର ୧୦ ଜଣ ଅଧିକାରୀ ଦିଲ୍ଲୀରୁ ଆସି ହାଇଦ୍ରାବାଦରେ ପହଞ୍ଚିଥିଲେ। ଏହାପରେ କବିତାଙ୍କ ଘରେ ରେଡ କରାଯାଇଛି।

undefined

K kavitha

Advertisment

ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେସିଆରଙ୍କ ଝିଅ କେ କିବତାଙ୍କ ଅଡ଼ୁଆ ବଢ଼ିଛି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଆୟକର ବିଭାଗ ଓ ଇଡିର ଅଧିକାରୀମାନେ କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ରେଡ କରିଛନ୍ତି। ମଧ୍ୟାହ୍ନ ସମୟରୁ ଆରମ୍ଭ ହୋଇଥିବା ଏହି ରେଡ୍‌ ଏବେ ବି ଜାରି ରହିଛି।

Advertisment

ଉଭୟ ତଦନ୍ତକାରୀ ସଂସ୍ଥାର ୧୦ ଜଣ ଅଧିକାରୀ ଦିଲ୍ଲୀରୁ ଆସି ହାଇଦ୍ରାବାଦରେ ପହଞ୍ଚିଥିଲେ। ଏହାପରେ କବିତାଙ୍କ ଘରେ ରେଡ କରାଯାଇଛି। ରେଡ ଚାଲିଥିବା ବେଳେ କବିତା ଓ ତାଙ୍କ ସ୍ୱାମୀ ଡି ଅନୀଲ କୁମାର ଉପସ୍ଥିତ ରହିଛନ୍ତି।

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି କେ କିବତା। ଘଟଣାରେ ଆକୟର ବିଭାଗ ଓ ଇଡି କବିତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବାରୁ ତାଙ୍କୁ ବାରମ୍ବାର ସମନ କରିଥିଲେ। କିନ୍ତୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଓ ତଦନ୍ତକାରୀ ସଂସ୍ଥା ସାମ୍ନାରେ ହାଜର ହେଉ ନାହାନ୍ତି।

Advertisment

ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍‌କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର ସଦସ୍ୟ ହେଉଛନ୍ତି କବିତା ବୋଲି ଇଡି ଚାର୍ଜଶିଟରେ ଅଭିଯୋଗ କରିଛି। କିନ୍ତୁ ଏହାକୁ କବିତା ଖଣ୍ଡନ କରିଛନ୍ତି ଓ ଇଡି ନୋଟିସକୁ ସେ ମୋଦି ନୋଟିସ କହି ଅଣଦେଖା କରି ଚାଲିଛନ୍ତି। 

ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇର ଗୋଟିଏ ଟିମ କବିତାଙ୍କ ବୟାନ ୨୦୨୨ ମସିହା ଡିସେମ୍ବର ୧ରେ ରେକର୍ଡ କରିଥିଲା। ଦୀର୍ଘ ୭ ଘଣ୍ଟା କାଳ ତାଙ୍କୁ ଜେରା କରାଯାଇଥିଲା। ଏହାପରେ ଇଡି ଘଟଣାର ଛାନଭିନ ଜାରି ରଖିଛି। ଇଡି ସହ ଆୟକର ବିଭାଗ ମଧ୍ୟ ଘଟଣାର ତଦନ୍ତ କରୁଛି।

KCR K.Kavitha KCR Seats
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe