Advertisment

ଏନସିପି ଚିଫ୍‌ ଶରଦ ପାୱାରଙ୍କୁ ହତ୍ୟା ଧମକ, ଆଇଟି ଇଞ୍ଜିନିୟର ଗିରଫ

ଅଭିଯୁକ୍ତଜଣକ ଫେସବୁକ୍‌ ଓ ଟ୍ୱିଟର ସହ ସୋଶାଲ ମିଡିଆରେ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ଶରଦ ପାୱାରଙ୍କ ଝିଅ ମୁମ୍ବାଇ ପୁଲିସ୍‌ରେ ଏକ ମାମଲା ରୁଜୁ କରିଥିଲେ।

ଅଦ୍ୟତନ ହୋଇଛି
Sharad Pawar

Sharad Pawar

Advertisment

ଏନସିପି ଚିଫ୍‌ ଶରଦ ପାୱାରଙ୍କୁ ମିଳିଛି ହତ୍ୟା ଧମକ । ଏହି ଘଟଣାର ତନାଘନା କରି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଣେର ଜଣେ ଆଇଟି ଇଞ୍ଜିନିୟରଙ୍କୁ ଗିରଫ କରିଛି।

Advertisment

ଗତକାଲି ମୁମ୍ବାଇ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଜୁନ୍‌ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଅଭିଯୁକ୍ତଜଣକ ଫେସବୁକ୍‌ ଓ ଟ୍ୱିଟର ସହ ସୋଶାଲ ମିଡିଆରେ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ଶରଦ ପାୱାରଙ୍କ ଝିଅ ମୁମ୍ବାଇ ପୁଲିସ୍‌ରେ ଏକ ମାମଲା ରୁଜୁ କରିଥିଲେ।

Advertisment

ଫେସବୁକ୍‌ ପୋଷ୍ଟରେ ଲେଖାଥିଲା ଖୁବ୍‌ ଶୀଘ୍ର ଶରଦ ପାୱାରଙ୍କ ଅବସ୍ଥା ନରେନ୍ଦ୍ର ଦାଭୋଲକରଙ୍କ ପୀରି ହେବ । ମହାରାଷ୍ଟ୍ରରେ ଏକ ସମିତି ଗଠନ କରି ଚର୍ଚ୍ଚାକୁ ଆସିଥିବା ନରେନ୍ଦ୍ର ଦାଭୋଲକରଙ୍କର ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଶରଦ ପାୱାରଙ୍କୁ ହତ୍ୟା ଧମକ ମିଳିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରିକି ପାୱାରଙ୍କ ପରି ବରିଷ୍ଠ ନେତାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ, ଆବଶ୍ୟକ ସ୍ଥଳରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅପରପକ୍ଷେ, ଏପରି ଧମକକୁ କେବେକି ବରଦାସ୍ତ କରାଯିବନି ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ କହିଛନ୍ତି।

Sarad Power Maharashtra Govt Mumbai Police NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe