Advertisment

ଗଛରୁ ବାହାରିଲା ନଗଦ କୋଟିଏ ଟଙ୍କା

ଆୟକର ଅଧିକାରୀମାନେ ଆଜି ମହୀଶୂରରେ ଥିବା ସୁବ୍ରମଣିଅନ ରାୟଙ୍କ ଘରେ ରେଡ୍‌ କରିଥିଲେ। ସୁବ୍ରମଣିଅନ ହେଉଛନ୍ତି କଂଗ୍ରେସ ନେତା ଅଶୋକ କୁମାର ରାୟଙ୍କ ଭାଇ।

Money

Money

Advertisment

ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଗଛକୁ କେମିତି ନଗଦ କୋଟିଏ ଟଙ୍କା ମିଳିଲା? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କର୍ଣ୍ଣାଟକାରୁ ଏପରି ଘଟଣା ସାମ୍ନାକୁ ଆସିଛି। ଆୟକର ବିଭାଗାର ଅଧିକାରୀମାନେ ଆଜି କଂଗ୍ରେସର ଜଣେ ନେତାଙ୍କ ଭାଇଙ୍କ ଠିକଣାରେ ରେଡ୍‌ କରିଥିଲେ। ଏହି ସମୟରେ ତାଙ୍କ ବାସଭବନର ବଗିଚାରେ ଥିବା ଗୋଟିଏ ଗଛର କୋରଡ଼ରେ ଲୁଚାଇ ରଖାଯାଇଥିବା ନଗଦ ୧ କୋଟି ଟଙ୍କା ମିଳିଛି।

Advertisment

ଆୟକର ଅଧିକାରୀମାନେ ଆଜି ମହୀଶୂରରେ ଥିବା ସୁବ୍ରମଣିଅନ ରାୟଙ୍କ ଘରେ ରେଡ୍‌ କରିଥିଲେ। ସୁବ୍ରମଣିଅନ ହେଉଛନ୍ତି କଂଗ୍ରେସ ନେତା ଅଶୋକ କୁମାର ରାୟଙ୍କ ଭାଇ। ଅଶୋକ ମେ’ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେ ପୁଟ୍ଟୁର ଆସନରୁ ନିର୍ବାଚନ ଲଢ଼ିବାକୁ ଜୋରଦାର ପ୍ରଚାର କରୁଛନ୍ତି।

ଏସବୁ ଭିତରେ ଆଜି ଆୟକର ବିଭାଗ ହଠାତ୍‌ ତାଙ୍କ ଭାଇଙ୍କ ଘରେ ପହଞ୍ଚି ଛାନଭିନ କରିଥିଲେ। ଘରୁ କିଛି ମିଳି ନଥିଲା। ହେଲେ ଘରର ବଗିଚାରେ ଥିବା ଗୋଟିଏ ଗଛରୁ ନଗଦ ୧ କୋଟି ଟଙ୍କା ମିଳିଛି। ଏହି ଟଙ୍କାକୁ ଗୋଟିଏ ବ୍ୟାଗ୍‌ରେ ଭର୍ତ୍ତି ବେଶ ଯୋଜନାବଦ୍ଧ ଭାବେ ଗଛର କୋରଡ଼ରେ ଲୁଚାଇ ରଖାଯାଇଥିଲା। ଏହାକୁ ଅଧିକାରୀମାନେ ଠାବ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। 

Advertisment

କର୍ଣ୍ଣାଟକା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ୍‌ ଓ ଆୟକର ବିଭାଗର ଅଧିକାରୀମାନେ ନିୟମିତ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି। ଇତି ମଧ୍ୟରେ ମୋଟ ୧୧୦ କୋଟି ଟଙ୍କା ବିଭିନ୍ନ ସ୍ଥାନରୁ ଜବତ ହୋଇ ସାରିଲାଣି। ସେହିପରି ୨୩୪୬ଟି ଏଫଆଇଅର ମଧ୍ୟ ରୁଜୁ କରାଯାଇଛି।

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ମେ’ ୧୦ରେ ଭୋଟିଂ ହେବ। ସେହିପରି ୧୩ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Congress Karnataka Karnataka Polls 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe