Advertisment

୨ ଖ୍ରୀଷ୍ଟ ଧର୍ମ ଯାଜକଙ୍କ ଠିକଣାରେ ଆୟକର ବିଭାଗର ରେଡ୍‌

ଆୟକର ବିଭାଗ ରେଡ୍‌ ଜାରି ରଖିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ସେହିପରି କ’ଣ ପାଇଁ ରେଡ୍‌ ହେଉଛି, ସେକଥା ମଧ୍ୟ ସ୍ପଷ୍ଟ ହୋଇନି।

author-image
Hemant Lenka
Punjab

Punjab

ପଞ୍ଜାବର ୨ ଖ୍ରୀଷ୍ଟିୟାନ ଧର୍ମ ଯାଜକ ବଲଜିନ୍ଦର ସିଂହ ଓ ହରପ୍ରୀତ ଦେଓଲଙ୍କ ବିଭିନ୍ନ ଠକଣାରେ ଆଜି ଆୟକର ବିଭାଗ ରେଡ୍‌ କରିଛି। ଆଜି ଭାତିଣ୍ଡା, ହରିଆଣା, ଜମ୍ମୁ ଓ ଅମୃତସରର ଆୟକର ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍‌ କରିଛନ୍ତି। ଅମୃସର, କୁରାଲି ଓ ନୂଆ ଚଣ୍ଡିଗଡ଼ରେ ଥିବା ବଲଜିନ୍ଦର ଓ ହରପ୍ରୀତଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରାଯାଇଛି।

Advertisment

ଏହି ଦୁଇ ଖ୍ରୀଷ୍ଟ ଧର୍ମ ଯାଜକ ଜଲନ୍ଧର ଅଞ୍ଚଳର ମୂଳ ବାସିନ୍ଦା। ଏହାବାଦ ଆୟକର ବିଭାଗ ଆଜି ସକାଳୁ ବିଭିନ୍ନ ଚର୍ଚ୍ଚ ଓ ସେଠାରେ ପୂଜାର୍ଚ୍ଚନା କରୁଥିବା ଫାଦରଙ୍କ ଘରେ ମଧ୍ୟ ରେଡ କରିଥିଲା। ସକାଳ ପ୍ରାୟ ୮ଟା ବେଳେ କାପୁରଥାଲାରେ ଥିବା ପ୍ରସିଦ୍ଧ ଦି ଓପନ ଡୋର ଚର୍ଚ୍ଚରେ ପ୍ରଥମେ ଆୟକର ବିଭାଗର ଟିମ ପହଞ୍ଚିଥିଲା।

ଏହାପରେ ସେଠାରେ ବିଭିନ୍ନ ପ୍ରକାରର ଦସ୍ତାବିଜ ଯାଞ୍ଚ କରିଥିଲା। ଏଥିସହ ୩୦ ଜଣ କର୍ମଚାରୀଙ୍କୁ ମଧ୍ୟ ଜେରା କରିଥିଲା। ସେମାନଙ୍କୁ ଜେରା କରିବା ପରେ ୨ ଧର୍ମ ଯାଜକଙ୍କ ବିଭିନ୍ନ ଠିକଣାରେ ଅଧିକାରୀମାନେ ପହଞ୍ଚିଥିଲେ।

Advertisment

ଆୟକର ବିଭାଗ ଯେଉଁ ସବୁ ସ୍ଥାନରେ ରେଡ୍‌ କରୁଥିଲା, ସେଠାରେ ସିଆରପିଏଫ ଯବାନମାନେ ଉପସ୍ଥିତ ରହିଥିଲେ। ଆୟକର ବିଭାଗ ରେଡ୍‌ ଜାରି ରଖିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ସେହିପରି କ’ଣ ପାଇଁ ରେଡ୍‌ ହେଉଛି, ସେକଥା ମଧ୍ୟ ସ୍ପଷ୍ଟ ହୋଇନି।

Punjab IT Raid