Advertisment

ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କୀ ହମ୍‌ଲା, ଯାଞ୍ଚ ଆରମ୍ଭ କଲା NIA ଟିମ୍‌

ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ। ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି।

author-image
Madhupriya Mistry
Terrorist Attack

Terrorist Attack

ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ରବିବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରେ ଆତଙ୍କବାଦୀମାନେ ହମ୍‌ଲା କରିଛନ୍ତି। ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ମାମଲାରେ ଏବେ ଏନ୍‌ଆଇଏ ଟିମ୍‌ ଘାଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି। ସେପଟେ ସୁରକ୍ଷାକର୍ମୀଙ୍କ ତରଫରୁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

Advertisment

ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ। ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି। ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନେଇଛନ୍ତି ଯବାନ। ଜମ୍ମୁ କଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି।

ସେପଟେ ଏହି ଘଟଣାକୁ ନିନ୍ଦା କରିଚନ୍ତି ସ୍ଥାନୀୟ ବିଜେପି ଓ କଂଗ୍ରେସ ନେତା। ଏହା ପାକିସ୍ତାନର ଭୀରୁପଣକୁ ଦର୍ଶାଉଛି, ଆତଙ୍କବାଦୀମାନଙ୍କୁ ଏହାର ପରିଣାମ ନିଶ୍ଚିତ ଭୋଗିବାକୁ ପଡିବ ବୋଲି ସେମାନେ କହିଛନ୍ତି। ଏଥିସହ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପୀଡିତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି। ସରକାରଙ୍କୁ ତାଙ୍କୁ ସହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି।

Advertisment

ରବିବାର ତୀର୍ଥ ଯାତ୍ରୀଙ୍କୁ ବୈଷ୍ଣୋଦେବୀ ନେଇ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାପରେ ଭାରସାମ୍ୟ ହରାଇ ବସ୍‌ଟି ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଲକ୍ସର ସହଯୋଗୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଏହି ଆକ୍ରମଣରେ ୩ରୁ ୪ ଜଣ ଆତଙ୍କବାଦୀ ସାମିଲ ଥିବା ମଧ୍ୟ କୁହାଯାଉଛି। ଏମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି।

Terror Attack Jammu Kashmir