Advertisment

ବାଦଲ ଫଟା ବର୍ଷା; ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି, ଶତାଧିକ ନିଖୋଜ

ବର୍ତ୍ତମାନ ସୁଦ୍ଧା ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସମସ୍ତେ ଆହତ ହୋଇଛନ୍ତି।

Cloudburst

Cloudburst

Advertisment

ଜମ୍ମୁ ଓ କଶ୍ମୀରର କିସ୍ତୱାର ଜିଲ୍ଲାର ଚଶୋତି ଗାଁରେ ଗୁରୁବାର ବାଦଲ ଫଟା ବର୍ଷା ପରେ ଆସିଥିବା ଅଚାନକ ବନ୍ୟାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଉଦ୍ଧାର କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ପହଞ୍ଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏବେବି ଶତାଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସମସ୍ତେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଅଚାନକ ବନ୍ୟାରେ ବାର୍ଷିକ ମଚୈଲ ମାତା ଯାତ୍ରା ପାଇଁ ନିର୍ମିତ ଅସ୍ଥାୟୀ ଶିବିର, ଏକ ଉଠା ବଜାର, ଏକ ଲଙ୍ଗର ଓ ସୁରକ୍ଷା ଆଉଟ୍‌ପୋଷ୍ଟ ପୂରା ସଫା ହୋଇଯାଇଛି।

ଗତକାଲି ଏହି ପ୍ରାକୃତିକ ଦୁର୍ବିପାକ ଘଟିବା ବେଳେ ଚଶୋତିରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ବିଜେପି ନେତା ସୁନି ଶର୍ମାଙ୍କ ସୂଚନା ଅନୁସାରେ ଘଟଣାସ୍ଥଳରେ ପ୍ରାୟ ୧୨ ଶହ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଚଶୋଟି ହେଉଛି ବାର୍ଷିକ ମଚୈଲ ମାତା ଯାତ୍ରାର ପ୍ରାରମ୍ଭ ସ୍ଥଳୀ। ଏହା ସହିତ କିସ୍ତୱାରରେ ଥିବା ମାତା ଚଣ୍ଡୀଙ୍କ ମନ୍ଦିରକୁ ଯିବା ବେଳେ ଏହା ହେଉଛି ଶେଷ ଗାଁ। ଗତକାଲିର ଘଟଣା ପରେ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ବାର୍ଷିକ ମଚୈଲ ମାତା ଯାତ୍ରାକୁ ବାତିଲ କରି ଦିଆଯାଇଛି। ଏହି ଯାତ୍ରା ଜୁଲାଇ ୨୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

ବାର୍ଷିକ ମଚୈଲ ମାତା ଯାତ୍ରା ପାଇଁ ନିର୍ମିତ ଅସ୍ଥାୟୀ ବାସସ୍ଥଳୀ, ଉଠା ବଜାର, ଏକ ଲଙ୍ଗର ଓ ସୁରକ୍ଷା ଆଉଟ୍‌ପୋଷ୍ଟ ସହିତ ଚଶୋତିର ୧୬ଟି ଆବାସିକ ଗୃହ ଓ ସରକାରୀ କୋଠା, ତିନିଟି ମନ୍ଦିର, ୪ଟି ୱାଟର ମିଲ, ୩୦ ମିଟର ଲମ୍ବର ଏକ ବ୍ରିଜ୍ ଓ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

cloudburst
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe