Advertisment

ଡୋଡା ଆକ୍ରମଣ: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି

ଏହି ୪ ଆତଙ୍କବାଦୀ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି।

author-image
Madhupriya Mistry
Terrorist sketches

Terrorist sketches

ଗୋଟିଏ ପଟେ ନୂଆ ସରକାର ଗଠନ ହୋଇଥିବା ଆଉ ଗୋଟିଏ ପଟେ ଆତଙ୍କୀଙ୍କ ଉତ୍ପାତ ବଢ଼ି ଚାଲିଛି। ଜମ୍ମୁ-କଶ୍ମୀରରେ ତିନି ଦିନରେ ତିନି ଥର ଆତଙ୍କବାଦୀ ଆକ୍ରମଣ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ରିୟାସି, କଠୁଆ ଓ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୁଲିସ ଘାଟିରେ ରେଡ୍‌ ଆଲର୍ଟ ଜାରି କରିଛି। ଏଥିସହ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି ହୋଇଛି।

Advertisment

ଏହି ୪ ଆତଙ୍କବାଦୀ ଡୋଡା ଜିଲ୍ଲାର ଭଦ୍ରଓ୍ୱାହ, ଥାଥରି, ଏବଂ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ଥିବା ଜଣାପଡିଛି। ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଁ ଜମ୍ମୁ କଶ୍ମୀର ପୁଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ଆତଙ୍କବାଦୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ପୁଲିସ କହିଛି।

ଜମ୍ମୁ କଶ୍ମୀର ପୁଲିସ ଏହି ଆତଙ୍କବାଦୀଙ୍କ ସ୍କେଚ୍ ସୋଶାଲ ମିଡିଆ ହ୍ୟାଣ୍ଡେଲ X ଆକାଉଣ୍ଟରେ ଜାରି କରିଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହାର ଅର୍ଥ, ଯଦି କେହି ଚାରି ଆତଙ୍କବାଦୀ ବିଷୟରେ ପୁଲିସକୁ ସୂଚନା ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ।

Advertisment

କହିରଖୁ ଯେ, ଗତ ୪ ଦିନ ଭିତରେ ଜମ୍ମୁର ସମ୍ଭାବର ଭିନ୍ନ ଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନ୍‌କାଉଣ୍ଟର ମାମଲା ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ କାଠୁଆର ହୀରାନଗରରେ ସୁରକ୍ଷା ବାହିନୀ ଉପରେ ଗୁଳି ମାଡ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଜମ୍ମୁର ଡୋଡା ଜିଲ୍ଲାର କୋଟା ଟପ୍ ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ କନଷ୍ଟେବଳ ଫରିଦ ଅହମ୍ମଦ ଆହତ ହୋଇଥିଲେ।

Jammu Kashmir Terrorist Attack