Advertisment

ଜମ୍ମୁ ଓ କଶ୍ମୀର ଫେରିପାଇବ ରାଜ୍ୟ ମାନ୍ୟତା, ହେବ ବିଧାନସଭା ନିର୍ବାଚନ: ପ୍ରଧାନମନ୍ତ୍ରୀ

‘କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ସେମାନେ ପୁଣି ଥରେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଲାଗୁ କରି ଦେଖାନ୍ତୁ।’

Narendra Modi

Narendra Modi

Advertisment

‘ଖୁବ୍‌ଶୀଘ୍ର ଜମ୍ମୁ ଓ କଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ। ତା’ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।’ ଆଜି ଜମ୍ମୁ ଓ କଶ୍ମୀରର ଉଧମପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ସେ କହିଥିଲେ, ମୋଦି ଟିକେ ଦୂର ଚିନ୍ତା କରନ୍ତି। ତେଣୁ ବର୍ତ୍ତମାନ ସୁଦ୍ଧା ଯାହା ସବୁ ହୋଇଛି, ତାହା କେବଳ ଟ୍ରେଲର। ମୋତେ ନୂଆ ଜମ୍ମୁ ଓ କଶ୍ମୀର ଏକ ନୂତନ ଓ ଚମତ୍କାର ଚିତ୍ର ସୃଷ୍ଟି କରିବାରେ ନିମଗ୍ନ ହେବାକୁ ପଡ଼ିବ। ସେ ଦିନ ଆଉ ବେଶୀ ଦୂର ନୁହେଁ ଯେବେ ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁ ଓ କଶ୍ମୀର ରାଜ୍ୟ ମାନ୍ୟତା ପାଇବ। ଆପଣମାନେ ଆପଣମାନଙ୍କ ସ୍ୱପ୍ନକୁ ନେଇ ଆପଣମାନଙ୍କ ବିଧାୟକ ଓ ମନ୍ତ୍ରୀଙ୍କ ସହିତ ଆଲୋଚନା କରିପାରିବେ।

ମୋଦି ଆହୁରି କହିଥିଲେ, ଜମ୍ମୁ ଓ କଶ୍ମୀରରେ ଏଥର ଲୋକସଭା ନିର୍ବାଚନ ଆତଙ୍କବାଦ, ବିକ୍ଷୋଭ, ପଥରମାଡ଼ ଓ ସୀମା ସେପଟରୁ ଗୁଳିମାଡ଼ର ଭୟ ବିନା ହେବ। ମୋତେ ବିଶ୍ୱାସ କରନ୍ତୁ, ଗତ ୬୦ ବର୍ଷ ଧରି ଜମ୍ମୁ ଓ କଶ୍ମୀର ଯେଉଁ ସମସ୍ୟାଗୁଡ଼ିକ ଭିତରେ ରହିଛି, ମୁଁ ସେଗୁଡ଼ିକର ସମାଧାନ କରିବି। ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହା ଗତ ୧୦ ବର୍ଷରେ ପାଳନ କରାଯାଇଛି ଓ ରାଜ୍ୟରେ ପରିବର୍ତ୍ତନ ଆସିଛି।

Advertisment

ଏହି ଅବସରରେ ସେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କଥା କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ସେମାନେ ପୁଣି ଥରେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଲାଗୁ କରି ଦେଖାନ୍ତୁ।

ଏହା ସହିତ ପ୍ରଧାନମନ୍ତ୍ରୀ ଏଥର ଲୋକସଭା ନିର୍ବାଚନ ପାଇଁ ଉଧମପୁର ଓ ଜମ୍ମୁରୁ ଯଥାକ୍ରମେ ପ୍ରାର୍ଥୀ ହୋଇଥିବା ଦଳୀୟ ନେତା ଜିତେନ୍ଦ୍ର ସିଂହ ଏବଂ ଯୁଗଳ କିଶୋର ଶର୍ମାଙ୍କୁ ବିଜୟୀ କରାଇବା ପାଇଁ ସଭାରେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, କେନ୍ଦ୍ରରେ ଏକ ଦୃଢ଼ ସରକାର ଗଠନ କରିବାକୁ ପଡ଼ିବ। ତା’ହେଲେ ଦେଶ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ।

ସୂଚନାଯୋଗ୍ୟ, ଉଧମପୁର ଲୋକସଭା ଆସନ ପାଇଁ ଏପ୍ରିଲ ୧୯ ତାରିଖରେ ଭୋଟ୍ ଗ୍ରହଣ ହେବ।

2024 General Election Bjp Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe