Advertisment

କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ: ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

୩ ବିଜେପି ନେତା ଇସ୍ତଫା ଦେଇଥିବାରୁ ବିଧାନ ପରିଷଦରେ ଖାଲି ପଡ଼ିଛି ଆସନ

Jagadish Shettar

Jagadish Shettar

Advertisment

କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ। ପୂର୍ବରୁ ବିଜେପିରେ ଥିବା ଜଗଦୀଶ ଶେଟ୍ଟାରଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ସେ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ତାଙ୍କୁ ହୁବଲି ଧାରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରିଥିଲା। ତେବେ ସେ ହାରି ଯାଇଥିଲେ।

Advertisment

ଜଗଦୀଶ ଶେଟ୍ଟାର ଜଣେ ଲିଙ୍ଗାୟତ ନେତା। ସେ ବିଧାନସଭା ନିର୍ବାଚନ ହାରିଯିବା ପରେ ତାଙ୍କୁ କେଉଁଠି ଥଇଥାନ କରାଯିବ, ସେ ନେଇ ଦଳ ଟିକେ ଚିନ୍ତିତ ଥିଲା। ତେଣୁ ଦଳ ତାଙ୍କୁ ବିଧାନ ପରିଷଦ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି। ଜଗଦୀଶ ଶେଟ୍ଟାରଙ୍କ ବ୍ୟତୀତ ତିପ୍ପନପ୍ପା କାମାକନୁର ଓ ଏନ୍‌.ଏସ୍ ବୋସେରାଜୁଙ୍କୁ କଂଗ୍ରେସ ବିଧାନ ପରିଷଦ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।

ବିଜେପିର ୩ ଜଣ ନେତା- ଲକ୍ଷ୍ମଣ ସାବାଡ଼ି, ବାବୁରାଓ ଚିନଚାନସୁର ଓ ଆର. ଶଙ୍କର ଇସ୍ତଫା ଦେବା ପରଠୁ ବିଧାନ ପରିଷଦରେ ଏହି ଆସନଗୁଡ଼ିକ ଖାଲି ପଡ଼ିଛି। ବିଧାନସଭା ନିର୍ବାଚନ ପାଇଁ ଦଳ ସେମାନଙ୍କୁ ଟିକେଟ ନ ଦେବାରୁ ସେମାନେ ବିଧାନ ପରିଷଦରୁ ଇସ୍ତଫା ଦେଇଥିଲେ। ଜୁନ୍ ୩୦ ତାରିଖରେ କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ।

Advertisment
Congress Karnataka Jagadish Shettar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe