Advertisment

ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ଜଗଦୀଶ ଶେଟ୍ଟାର ପଛୁଆ

ଜଗଦୀଶ ତାଙ୍କ ଗଡ଼ ଭାବେ ପରିଚିତ ହୁବାଲି-ଧରୱାଡ କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ବିଜେପି ତାଙ୍କୁ ହରାଇବା ପାଇଁ ମହେଶ ତେଙ୍ଗିନାଇକାଇଙ୍କୁ ଟିକେଟ ଦେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ଟିକେଟ ନ ପାଇ କର୍ଣ୍ଣାଟକା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ପାଇଁ ଖରାପ ଖବର। ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଥିଲେ ହେଁ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ପଛରେ ରହିଛନ୍ତି।

Advertisment

ଜଗଦୀଶ ତାଙ୍କ ଗଡ଼ ଭାବେ ପରିଚିତ ହୁବାଲି-ଧରୱାଡ କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ବିଜେପି ତାଙ୍କୁ ହରାଇବା ପାଇଁ ମହେଶ ତେଙ୍ଗିନାଇକାଇଙ୍କୁ ଟିକେଟ ଦେଇଛି।

ମହେଶଙ୍କ ପାଇଁ ବିଜେପିର ବରିଷ୍ଠ ନେତାମାନେ ପ୍ରଚାର କରିଥିଲେ। ଏହି ଆସନରେ ବିଜେପି ସବୁ ବେଳେ ଜିତିଥିଲା। କିନ୍ତୁ ଜଗଦୀଶ ଦଳ ଛାଡ଼ି ଦେଇଥିବାରୁ ଭୋଟ ବିଭାଜନର ଆଶଙ୍କା ପ୍ରକାଶ ପାଇଛି। ତଥାପି ବିଜେପି ତା’ର ଗଡ଼କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଛି। ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ବିଜେପି ପ୍ରାର୍ଥୀ ମହେଶ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ଶେଟ୍ଟାରଙ୍କ ଠାରୁ ପ୍ରାୟ ୨୩ ହଜାର ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।

Advertisment

ଅନ୍ୟପକ୍ଷରେ କଂଗ୍ରେସ ହେଭିୱେଟ ସିଦ୍ଦରମୈୟା ବରୁଣା ଆସନରୁ ଓ ଡିକେ ଶିବକୁମାର ମଧ୍ୟ ନିଜ ଆସନରେ ଆଗରେ ରହିଛନ୍ତି। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ତାଙ୍କ ପୁଅ ନିଖିଲ ମଧ୍ୟ ଲିଡ୍‌ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କ ପୁଅ ପ୍ରିୟଙ୍କ ପ୍ରଥମେ ପଛରେ ରହିଥିଲେ। ହେଲେ ଏବେ ସେ ମଧ୍ୟ ଆଗରେ ଅଛନ୍ତି। 

କର୍ଣ୍ଣାଟକାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିଲେ କଂଗ୍ରେସ ୧୧୬ଟି ଆସନ, ବିଜେପି ୭୬, କଂଗ୍ରେସ ୨୫ ଓ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ରହିଛନ୍ତି।

Karnataka Karnataka Polls 2023 Karnataka Assembly Election