Advertisment

ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଦେବ ଆନ୍ଧ୍ର

ଶୁକ୍ରବାର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୨୭୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶର ଅନେକ ଲୋକ ମଧ୍ୟ ରହିଛନ୍ତି।

Train Accident

Train Accident

Advertisment

ଓଡ଼ିଶାର ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଓ ଆହତଙ୍କ ପାଇଁ ଆଜି କ୍ଷତିପୂରଣ ଘୋଷଣା କରିଛନ୍ତି ‌ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ତାଙ୍କ ଘୋଷଣା ଅନୁଯାୟୀ, ଦୁର୍ଘଟଣାରେ ଆନ୍ଧ୍ର ପ୍ରଦେଶର ଯେଉଁ ଲୋକମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ସେହିପରି ଗୁରୁତର ଆହତଙ୍କୁ ୫ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ଆନ୍ଧ୍ର ସରକାର ଦେବେ। 

Advertisment

ଶୁକ୍ରବାର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୨୭୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶର ଅନେକ ଲୋକ ମଧ୍ୟ ରହିଛନ୍ତି।

ସ୍ଥିତିକୁ ଦେଖି ରବିବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ବୈଠକରେ ହିଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରର ସହାୟତା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ଯୋଗାଇ ଦିଆଯିବ।

Advertisment

ଶୁକ୍ରବାର ବାଲେଶ୍ୱରର ବାହାନଗା ନିକଟରେ ୩ଟି ଟ୍ରେନ ଗୋଟିଏ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। କରମଣ୍ଡଳ ଏକ୍ସପ୍ରେସ ଗୋଟିଏ ମାଲବାହୀ ଟ୍ରେନକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ଏହାପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସର ଦୁଇଟି ବଗି ସହ କରମଣ୍ଡଳର ଗୋଟିଏ ବଗି ମଧ୍ୟ ଧକ୍କା ହୋଇଥିଲା।

ଏହି ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାନଗାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ପିଏମଓ ପକ୍ଷରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଲ ଦିଆଯିବ ବୋଲି କୁହାଯାଇଛି। ସେହିପରି ରେଳ ମନ୍ତ୍ରଣାଳୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଦେବ ବୋଲି କହିଛି।

Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe