Advertisment

ଜଗଦୀପ ଧନଖଡ଼ ହେଉଛନ୍ତି ସରକାରଙ୍କର ଜଣେ ବଡ଼ ମୁଖପାତ୍ର: ମଲ୍ଲିକାର୍ଜୁନ ଖଡଗେ

ଏହା କହିବାରେ ମୁଁ ଆଦୌ ସଙ୍କୋଚ କରୁ ନାହିଁ ଯେ ରାଜ୍ୟସଭାରେ ସବୁଠୁ ଅଧିକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ନିଜେ ଏହାର ଅଧ୍ୟକ୍ଷ। ତାଙ୍କ କାର୍ଯ୍ୟ ଶୈଳୀ ଦେଶର ସମ୍ମାନକୁ ନଷ୍ଟ କରିଛି।

Jagdeep Dhankhad and  Mallikarjun Kharge

Jagdeep Dhankhad and Mallikarjun Kharge

Advertisment

‘ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀ ଦଳଗୁଡ଼ିକର ସାଂସଦମାନଙ୍କୁ ଅପମାନିତ କରୁଛନ୍ତି। ସେ ଜଣେ ପ୍ରଧାନଶିକ୍ଷକ ଭଳି ସାଂସଦମାନଙ୍କୁ ପାଠପଢ଼େଇବାକୁ ଚେଷ୍ଟା କରୁଛନ୍ତି। ସେ ସରକାରଙ୍କ ମୁଖ୍ୟପାତ୍ର ଭଳି କାମ କରୁଛନ୍ତି। ସେ ହେଉଛନ୍ତି ସରକାରଙ୍କର ସବୁଠୁ ବଡ଼ ମୁଖପାତ୍ର। ରାଜ୍ୟସଭା ଚାଲି ନପାରିବାର ପ୍ରମୁଖ କାରଣ ନିଜେ ରାଜ୍ୟସଭା ଅଧ୍ୟକ୍ଷ।’ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି କଥା କହିଛନ୍ତି।

Advertisment

ସେ କହିଛନ୍ତି, ଆମେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ। ଆମେ ଏକ ନୋଟିସ୍ ଦେଇ ସାରିଛୁ। ରାଜ୍ୟସଭା ଅଧ୍ୟକ୍ଷ ଆମ ପାଇଁ ଅନ୍ୟ କୌଣସି ବିକଳ୍ପ ରଖି ନଥିଲେ। ତିନି ବର୍ଷ ହେଲାଣି ନା ଆମକୁ ସେ ସମୟ ଦେଉଛନ୍ତି ନା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ ପ୍ରଶ୍ନ କରିବାକୁ ସୁଯୋଗ ଦେଉଛନ୍ତି। ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କଠାରୁ ସୁରକ୍ଷା ଆଶା କରୁ। କିନ୍ତୁ ସେ କେବଳ ଶାସକ ଦଳର ସାଂସଦମାନଙ୍କୁ କହିବାକୁ ସୁଯୋଗ ଦିଅନ୍ତି। ଯେତେବେଳେ ରାଜ୍ୟସଭା ଅଧ୍ୟକ୍ଷ ନିଜେ ସରକାରଙ୍କୁ ବଞ୍ଚାଇବାକୁ ବାହାରୁଛନ୍ତି, ସେତେବେଳେ କିଏ ବିରୋଧୀଙ୍କ କଥା ଶୁଣିବ।

ଖଡଗେ କହିଛନ୍ତି, ୧୯୫୨ ମସିହାରୁ ଆଜି ପର୍ଯ୍ୟନ୍ତ କୌଣସି ଉପରାଷ୍ଟ୍ରପତିଙ୍କୁ ବାହାର କରିବା ପାଇଁ ଅନାସ୍ଥା ପ୍ରସ୍ତାବ ଆସିନଥିଲା। କାରଣ ସେମାନେ ସମସ୍ତେ ନିରପେକ୍ଷ ଥିଲେ। ସେମାନେ ସମସ୍ତେ ରାଜନୀତିରୁ ଊର୍ଦ୍ଧ୍ୱରେ ଥିଲେ ଓ ସବୁବେଳେ ନିୟମ ଅନୁଯାୟୀ ରାଜ୍ୟସଭାକୁ ଚଲାଉଥିଲେ। କିନ୍ତୁ ସେ (ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼) ତାଙ୍କ ପରବର୍ତ୍ତୀ ପଦୋନ୍ନତି ପାଇଁ ସରକାରଙ୍କ ମୁଖପାତ୍ର ଭଳି କାର୍ଯ୍ୟ କରୁଛନ୍ତି। ଏହା କହିବାରେ ମୁଁ ଆଦୌ ସଙ୍କୋଚ କରୁ ନାହିଁ ଯେ ରାଜ୍ୟସଭାରେ ସବୁଠୁ ଅଧିକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ନିଜେ ଏହାର ଅଧ୍ୟକ୍ଷ। ତାଙ୍କ କାର୍ଯ୍ୟ ଶୈଳୀ ଦେଶର ସମ୍ମାନକୁ ନଷ୍ଟ କରିଛି।

Advertisment

କଂଗ୍ରେସ ସଭାପତି ଶ୍ରୀ ଖଡଗେ ଆହୁରି କହିଛନ୍ତି, ତାଙ୍କ (ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼) ସହିତ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ବହୁ ଚିନ୍ତା କରିବା ପରେ ଆମେ କେବଳ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି (ଅନସ୍ଥା ପ୍ରସ୍ତାବ) ପଦକ୍ଷେପ ନେଇଛୁ।

Mallikarjun Kharge Jagdeep Dhankhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe