Advertisment

୧୯୮୪ ଦଙ୍ଗା: ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ପୁଲ ବାଙ୍ଗାଶ ହିଂସା ଘଟଣାରେ ସିବିଆଇ ଗତ ମାସରେ ଜଗଦୀଶ ଟାଇଟଲରଙ୍କ ସ୍ୱର ନମୁନା ସଂଗ୍ରହ କରିଥିଲା। ତାଙ୍କ ନାଁ ନାନାବତୀ କମିଶନଙ୍କ ତଦନ୍ତ ରିପୋର୍ଟରେ ମଧ୍ୟ ରହିଥିଲେ।

Jagdish Tytler

Jagdish Tytler

Advertisment

୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ଆଜି କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାଁରେ ଚାର୍ଜଶିଟ୍‌ ଫାଇଲ କରିଛି। ଦିଲ୍ଲୀର ଗୋଟିଏ ସ୍ୱତନ୍ତ୍ର କୋର୍ଟରେ ଚାର୍ଜଶିଟ୍‌ ଫାଇଲ କରି ସିବିଆଇ କହିଛି ଯେ ଜଗଦୀଶ ଟାଇଟଲର ୧୯୮୪ ମସିହା ନଭେମ୍ବର ୧ରେ ଲୋକମାନଙ୍କୁ ଉସକାଇବା ସହ ପୁଲ ବାଙ୍ଗାଶରେ ଏକାଠି କରାଇଥିଲେ।

Advertisment

ତାଙ୍କରି ଇସାରାରେ ଲୋକମାନେ ୩ ଜଣ ଶିଖଙ୍କୁ ହତ୍ୟା କରିଥିଲେ। ଟାଇଟଲରଙ୍କ ନାଁରେ ସିବିଆଇ ଦଙ୍ଗା, ହତ୍ୟା ଭଳି ଦଫା ଲଗାଇଛି। ଏବେ କୋର୍ଟ ଜୁନ ୨ରେ ଚାର୍ଜ ଗୁଡ଼ିକ ଉପରେ ବିଚାର କରିବେ।

ପୁଲ ବାଙ୍ଗାଶ ହିଂସା ଘଟଣାରେ ସିବିଆଇ ଗତ ମାସରେ ଜଗଦୀଶ ଟାଇଟଲରଙ୍କ ସ୍ୱର ନମୁନା ସଂଗ୍ରହ କରିଥିଲା। ତାଙ୍କ ନାଁ ନାନାବତୀ କମିଶନଙ୍କ ତଦନ୍ତ ରିପୋର୍ଟରେ ମଧ୍ୟ ରହିଥିଲେ। କିନ୍ତୁ ଟାଇଟଲର ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ଦାବି କରିଛନ୍ତି।

Advertisment

ସେ କହିଛନ୍ତି, “କ’ଣ ମୁଁ କରିଛି? ଯଦି ମୋ ବିରୋଧରେ ପ୍ରମାଣ ମିଳିବ, ତା’ହେଲେ ମୁଁ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ। ୧୯୮୪ ମସିହା ଦଙ୍ଗା ଘଟଣାରେ ସେମାନେ ମୋ ସ୍ୱର ନମୁନା ନେଇ ନଥିଲେ। ଅନ୍ୟ ଏକ ମାମଲାରେ ସ୍ୱର ନମୁନା ନିଆଯାଇଥିଲା।” ହେଲେ ସ୍ୱର ନମୁନା ସଂଗ୍ରହ କରିବା ପରେ ସିବିଆଇ ଚାର୍ଜଶିଟ୍‌ ଫାଇଲ କରିଛି।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅପରେସନ ବ୍ଲୁ ଷ୍ଟାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଶ୍ରୀମତୀ ଗାନ୍ଧିଙ୍କୁ ତାଙ୍କ ଦୁଇ ଶିଖ ବଡିଗାର୍ଡ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ ବିରୋଧୀ ଦଙ୍ଗା ଦେଖିବାକୁ ମିଳିଥିଲା। ଏଥିରେ ପ୍ରାୟ ୧୭ ହଜାର ଲୋକ ପ୍ରାଣ ହରାଇଥିଲେ।

କେବଳ ଦିଲ୍ଲୀରେ ଏହି ସଂଖ୍ୟା ୩ ହଜାର ରହିଥିଲା। ସିବିଆଇ ଘଟଣାର ତଦନ୍ତ କରି ଟାଇଟଲରଙ୍କୁ ୩ଥର କ୍ଲିନଚିଟ୍‌ ଦେଇଥିଲା। ହେଲେ କୋର୍ଟ ସିବିଆଇକୁ ପୁଣିଥରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୭୮ ବର୍ଷୀୟ ଟାଇଟଲର ଏକଦା ଦିଲ୍ଲୀ କଂଗ୍ରେସର ପ୍ରମୁଖ ଚେହେରା ଥିଲେ। ଶିଖ ବିରୋଧୀ ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନ ଦେଇଥିବା ରିପୋର୍ଟରେ ତାଙ୍କ ନାଁ ରହିଥିଲା। ୨୦୦୪ ମନମୋହନ ସିଂହ ସରକାର ସମୟରେ ଟାଇଟଲରଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ହେଲେ ବିରୋଧ ଯୋଗୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବିରୋଧ ଯୋଗୁ ସେ କଂଗ୍ରେସର ପ୍ରମୁଖ କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହୁଛନ୍ତି।

Congress CBI Jagdish Tytler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe