Advertisment

ମହୁଆଙ୍କୁ ଆଶ୍ୱସ୍ତି, ମାନହାନୀ ମାମଲା ଫେରାଇ ନେଲେ ଅନନ୍ତ

ଗତ ବର୍ଷ ଲାଞ୍ଚ ନେଇ ସଂସଦରେ ମହୁଆ ମୋଇତ୍ରା ପ୍ରଶ୍ନ ପଚାରିବା ନେଇ ଅଭିଯୋଗ ଆଣିଥିଲେ ଅନନ୍ତ ଦେହାଦ୍ରି।

author-image
Madhupriya Mistry
Mahua Moitra

Mahua Moitra

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ବିରୋଧରେ କରିଥିବା ମାନହାନୀ ମାମଲାକୁ ଫେରାନେଲେ ତାଙ୍କ ପୂର୍ବତନ ସାଥୀ ତଥା ଓକିଲ ଜୟ ଅନନ୍ତ ଦେହାଦ୍ରି। ଦିଲ୍ଲୀ ହାଇକୋର୍ଟରେ ମହୁଆଙ୍କ ବିରୋଧରେ ଅନନ୍ତ ଦେହାଦ୍ରି ମାନହାନୀ ମକଦ୍ଦମା କରିଥିଲେ। ତେବେ ଏହାକୁ ଆପୋଷ ବୁଝାମଣାରେ ଫେରାଇ ନେଇଥିବା ସେ ସୂଚନା ଦେଇଛନ୍ତି।

Advertisment

ଗତ ବର୍ଷ ଲାଞ୍ଚ ନେଇ ସଂସଦରେ ମହୁଆ ମୋଇତ୍ରା ପ୍ରଶ୍ନ ପଚାରିବା ନେଇ ଅଭିଯୋଗ ଆଣିଥିଲେ ଅନନ୍ତ ଦେହାଦ୍ରି। ଏହାପରେ ମହୁଆ ଏହି ଅଭିଯୋଗକୁ ମିଛ ବୋଲି କହିବା ସହ ତାଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ସେୟାର କରିଥିଲେ। ଏହାକୁ ନେଇ ତାଙ୍କ ବିରୋଧ ଦିଲ୍ଲୀ ହାଇକୋର୍ଟ ମାନହାନୀ ମକଦ୍ଦମା ରୁଜୁ କରିଥିଲେ ଓକିଲ ଅନନ୍ତ ଦେହାଦ୍ରି ।

ଏବେ ଏହି ମାନହାନୀ ମକଦ୍ଦମାକୁ ଅନନ୍ତ ଫେରାଇ ନେଇଛନ୍ତି। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଏହି ସମୟରେ ଦେହାଦ୍ରିଙ୍କ ଓକିଲ, ଯଦି ମହୁଆ ମିଛ ବୟାନ ନଦେବାକୁ ପ୍ରତିଶ୍ରୁତି ଦିଅନ୍ତି ତେବେ ଏହି ମାମଲାକୁ ଶେଷ କରାଯାଇପାରେ ବୋଲି କହିଥିଲେ। ଏହାପର ଜବାବରେ ମହୁଆଙ୍କ ଓକିଲ କହିଥିଲେ ଯେ, ଆପୋଷ ବୁଝାମଣାରେ ମୁଁ ପଛକୁ ହଟିବାକୁ ପ୍ରସ୍ତୁତ ଅଛି।

Advertisment

ଜଷ୍ଟିସ ପ୍ରତୀକ ଜାଲାନ କହିଥିଲେ ଯେ, ଯଦି ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣାରେ ମାମଲା ସମାଧାନ ହୋଇପାରୁଛି ତେବେ ଅଯଥା ନ୍ୟାୟିକ ସମୟ ନଷ୍ଟ କରିବା ଉଚିତ ନୁହେଁ। ଏହାପରେ ଦେହାଦ୍ରି ବନା ସର୍ତ୍ତରେ ମାମଲା ପ୍ରତ୍ୟାହାର କରିବାକୁ ରାଜି ହୋଇ ଯାଇଥିଲେ। କୋର୍ଟ ମଧ୍ୟ ଏହି ମକଦ୍ଦମାକୁ ପ୍ରତ୍ୟହାର କରିବାକୁ ଅନୁମତି ଦେଇଛନ୍ତି।

କହିରଖୁ ଯେ, ଗତବର୍ଷ ଟିଏମ୍‌ସିର ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରୁଥିବା ଅଭିଯୋଗ ହୋଇଥିଲା। ସେ ବ୍ୟବସାୟୀ ହୀରାନନ୍ଦାନୀଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦର୍ଶନ ହୀରାନନ୍ଦାନୀଙ୍କୁ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ ଅନନ୍ତ ଦେହାଦ୍ରି। ଏହା ଡିସେମ୍ବର ୮ ତାରିଖରେ ଲୋକସଭାରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା। 

TMC Mahua Moitra Defamation Case