Advertisment

ସପ୍ତାହକୁ ଥରେ ସ୍ତ୍ରୀଙ୍କୁ ଭେଟି ପାରିବେ ସିସୋଦିଆ

ସିସୋଦିଆ ସପ୍ତାହରେ ଥରେ ଘରକୁ ଯାଇ ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟି ପାରିବେ।

Manish Sisodia allowed to meet wife

Manish Sisodia allowed to meet wife

Advertisment

ଜେଲ୍‌ରେ ବନ୍ଦ ଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି। ଏବେ ସପ୍ତାହରେ ଥରେ ସେ ନିଜ ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିପାରିବେ। ଏନେଇ ଆଜି ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛି। ଏଥିସହ ମନୀଷ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଫେବ୍ରୁଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

Advertisment

ସିସୋଦିଆ ସପ୍ତାହରେ ଥରେ ଘରକୁ ଯାଇ ନିଜ ପତ୍ନୀଙ୍କୁ ଭେଟି ପାରିବେ। ଏଥିସହ ଡାକ୍ତରଙ୍କ ସହ ମଧ୍ୟ ସେ ସାକ୍ଷାତ କରିପାରିବେ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ବ୍ୟବସ୍ଥା ଲାଗୁ ରହିବ। ଏନେଇ ଦିଲ୍ଲୀର ରାଉଜ ରେଭେନ୍ୟୁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି।

ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ଅଟୋଇମ୍ୟୁନ ଡିସଅର୍ଡର, ମଲ୍ଟିପୁଲ ସ୍କେଲେରୋସିସରେ ପୀଡିତ। ତାଙ୍କୁ ଏଥିପାଇଁ ଅନେକ ଥର ହସ୍ପିଟାଲରେ ଆଡମିଟ୍‌ କରିବାକୁ ପଡିଥିଲା।

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାର ଅର୍ଥ ହେରଫେର ଅଭିଯୋଗରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ।

AAP Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe