Advertisment

ପୁଲିସ ଏନ୍‌କାଉଣ୍ଟରରେ ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ନିହତ

ଉମେଶ ପାଲ ହତ୍ୟା ମାମଲାରେ ଅତିକ ଅହମଦ ମଧ୍ୟ ଅଭିଯୁକ୍ତ ଅଛନ୍ତି। ସେ ଏବେ ଜେଲରେ ଅଛନ୍ତି।

ଅଦ୍ୟତନ ହୋଇଛି
Asad Ahmed

Asad Ahmed

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଗୁରୁବାର ପୁଲିସ୍ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ୍ ତାଙ୍କୁ ଖୋଜୁଥିଲା। ଅସଦ ଅହମଦଙ୍କ ସହିତ ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିଲା। ଝାନସୀରେ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସର ଏନ୍‌କାଉଣ୍ଟରରେ ଏହି ଦୁଇ ଜଣ ନିହତ ହୋଇଛନ୍ତି।

Advertisment

ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝାନସୀର ପରିଛା ଡ୍ୟାମ ଅଞ୍ଚଳରେ ଲୁଚିଥିବା ଅସଦ ଓ ଗୁଲାମ ପ୍ରଥମେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ଏସଟିଏଫ ପକ୍ଷରୁ ଜବାବ ଦିଆଯାଇଥିଲା। ଆଉ ଏଥିରେ ଅସଦ ଓ ଗୁଲାମଙ୍କ ମୃତ୍ୟୁ ଘଟିଥିଲା। ଏହି ଏନକାଉଣ୍ଟରରେ ମୋଟ ୪୨ ରାଉଣ୍ଡ ଗୁଳି ଫାୟାର ହୋଇଥିଲା। ସେମାନଙ୍କ ଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ନୂଆ ମୋବାଇଲ ଫୋନ ଓ ଅନେକ ସିମ୍ କାର୍ଡ ଜବତ କରାଯାଇଛି।

ଉମେଶ ପାଲ ହତ୍ୟା ମାମଲାରେ ଅତିକ ଅହମଦ ମଧ୍ୟ ଅଭିଯୁକ୍ତ ଅଛନ୍ତି। ସେ ଏବେ ଜେଲରେ ଅଛନ୍ତି। ଏହି ମାମଲାରେ ଆଜି ତାଙ୍କୁ ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିଲା। ଏନକାଉଣ୍ଟରରେ ପୁଅର ମୃତ୍ୟୁ ଖବର ପାଇ ଅତିକ ଅହମଦ ଭାଙ୍ଗି ପଡ଼ିଥିବା ଜଣାଯାଇଛି।

Advertisment

ଗତ ଫେବ୍ରୁଆରୀ ୨୪ ତାରିଖରେ ଉମେଶ ପାଲଙ୍କୁ ପ୍ରୟାଗରାଜ ସ୍ଥିତ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଉମେଶଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଯାହା ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ୨୦୦୫ରେ ବିଏସ୍‌ପିର ତତ୍‌କାଳୀନ ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାରେ ସାକ୍ଷୀ ଥିଲେ ଉମେଶ ପାଲ।

୨୦୦୬ରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା। ସେହି ମାମଲାରେ ଗତ ମାସରେ ଅତିକ ଅହମଦଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। 

Umesh Pal Case Atiq Ahmed Umesh Pal Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe