Advertisment

ସର୍ଭିସ ରିଭଲଭର ଧରି ନାଚୁଥିଲେ ପୁଲିସ୍‌ ବାବୁ, ହେଲେ ସସ୍‌ପେଣ୍ଡ

ଗୀତକୁ ଅଧିକ ଜୀବନ୍ତ କରିବାକୁ ନିଜ ପାଖରେ ଥିବା ସର୍ଭିସ ରିଭଲଭର ବି ବାହାର କରି ବୁଲାଇବାକୁ ଲାଗିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

jailor-deepak-sharma

jailor-deepak-sharma

Advertisment

‘ନାୟକ ନେହିଁ ଖଳନାୟକ ହୁଁ ମେ’ । ଏହି ଗୀତର ତାଳେ ତଳେ ନାଚିବାରେ ମସଗୁଲ ଥିଲେ ବରିଷ୍ଠ ପୁଲିସ୍‌ ଅଧିକାରୀ। କେବଳ ସେତିକି ନୁହେଁ, ଗୀତକୁ ଅଧିକ ଜୀବନ୍ତ କରିବାକୁ ନିଜ ପାଖରେ ଥିବା ସର୍ଭିସ ରିଭଲଭର ବି ବାହାର କରି ବୁଲାଇବାକୁ ଲାଗିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ପ୍ରଶାସନକୁ ଟାର୍ଗେଟ କଲେ ସାଧାରଣ ଲୋକେ। ଏହାପରେ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

Advertisment

ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ସସ୍‌ପେଣ୍ଡ ହୋଇଥିବା ଅଧିକାରୀଜଣକ ହେଲେ ଦିଲ୍ଲୀର ମଣ୍ଡୋଲି ଜେଲ୍‌ର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଦୀପକ ଶର୍ମା ।

ଗତ ଗୁରୁବାର ସନ୍ଧ୍ୟାରେ ଦୀପକ ଶର୍ମା ଏକ ଜନ୍ମଦିନ ପାର୍ଟିରେ ପହଞ୍ଚିଥିଲେ। ସେଠାରେ ସେ ଅନ୍ୟ କିଛି ଲୋକଙ୍କ ସହ ‘ନାୟକ ନେହିଁ, ଖଳନାୟକ ହୁଁ ମେ’ ଗୀତର ତାଳେ ତାଳେ ନାଚିଥିଲେ। ଗୀତରେ ପୁଲିସ୍‌ ବାବୁଜଣକ ଏତେ ମସଗୁଲ ହୋଇଯାଇଥିଲେ ଯେ ପାଖରେ ଥିବା ସର୍ଭିସ ରିଭଲଭର ବାହାର କରି ବୁଲାଇବାକୁ ଲାଗିଲେ।

Advertisment

ବନ୍ଧୁକ ସହ ତାଙ୍କ ଡ୍ୟାନ୍ସ ଦୃଶ୍ୟକୁ ଉପସ୍ଥିତ ଜଣେ ବ୍ୟକ୍ତି ଭିଡିଓ କରିଥିଲେ। ଏହାପରେ ସେ ତାହାକୁ ସୋଶାଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏପରି ଦାୟିତ୍ୱହୀନ ଆଚରଣ ପାଇଁ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋଶାଲ ମିଡିଆ ୟୁଜର୍ସ ଦିଲ୍ଲୀ ପୁଲିସ୍‌ ଓ ତିହାର ଜେଲ୍‌ ପ୍ରଶାସନ ନିକଟରେ ଦାବି କରିଥିଲେ।

ଚାରିଆଡ଼ୁ ସମାଲୋଚିତ ହେବା ପରେ ତିହାର ଜେଲ୍‌ ଡିଜି ଦୀପକ ଶର୍ମାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଏଥିସହ ତାଙ୍କ ବନ୍ଧୁକର ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ଦିଲ୍ଲୀ ପୁଲିସ୍‌ର ବନ୍ଧୁକ ଲାଇସେନ୍ସ ଡିପାର୍ଟମେଣ୍ଟକୁ ପତ୍ର ଲେଖିଛନ୍ତି ଦିଲ୍ଲୀ ଡିସିପି ।

Delhi Police Suspend;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe