Advertisment

ସମସ୍ତେ ମରିବ, ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍‌, ପୁଲିସ ଫୋର୍ସ, କୁକୁର ସ୍କ୍ୱାଡ ଏବଂ ଏଟିଏସ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Bomb Threat

Bomb Threat

Advertisment

'ସମସ୍ତେ ମରିବ। ଖଟ ତଳେ ଓ ବାଥରୁମ୍‌ରେ ଅଛି ବୋମା। ପୂରା ହସ୍ପିଟାଲକୁ ବୋମା ଲଗାଇ ଉଡ଼ାଇ ଦେବୁ।' ଏଭଳି କିଛି ଧମକ ମିଳିଛି ଏଥର ରାଜସ୍ଥାନର ପିଙ୍କ ସିଟି ଜୟପୁରର ଏକାଧିକ ହସ୍ପିଟାଲକୁ। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି।

Advertisment

ଆଜି ସକାଳୁ ଇ-ମେଲ ଜରିଆରେ ପ୍ରଥମେ ଜୟପୁରର ଜବାହାର ନଗରେ ଥିବା ଏକ ଘରୋଇ ହସ୍ପିଟାଲକୁ ବୋମା ଧମକ ମିଳିଥିଲା। ସେକ୍ଟର ୫ରେ ଥିବା ମୋନି ଲେକ୍‌ ହସ୍ପିଟାଲକୁ ବୋମା ଲଗାଇ ଉଡାଇ ଦେବାକୁ କେହି ଜଣେ ଦୁର୍ବୃତ୍ତ ମେଲ୍‌ ଜରିଆରେ ଧମକ ଦେଇଥିଲା।

ଏହି ଇ-ମେଲ୍‌ରେ ହସ୍ପିଟାଲର ସମସ୍ତେ ମରିବେ। ହସ୍ପିଟାଲ ବେଡ୍‌ ଓ ବାଥରୁମ୍‌ରେ ବୋମା ଅଛି ବୋଲି ଲେଖା ଥିଲା। ପରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲକୁ ଆସିଥିଲା ସମାନ ଧମକ ପୂର୍ଣ୍ଣ ମେଲ୍‌। ଏହି ଇ-ମେଲ ମିଳିବା ପରେ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ ହେବାର ଆଶଙ୍କାରେ ରୋଗୀ, ପରିଚାଳନା ଏବଂ ପୁଲିସ ବିଭାଗରେ ଆତଙ୍କ ଖେଳିଯାଇଛି। ପୁଲିସ ହସ୍ପିଟାଲରେ ସର୍ଚ୍ଚ ଅପରେସନ ଚଳାଇଛି।

Advertisment

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍‌, ପୁଲିସ ଫୋର୍ସ, ଦମକଳ ଗାଡି, କୁକୁର ସ୍କ୍ୱାଡ ଏବଂ ଏଟିଏସ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବି ହସ୍ପିଟାଲରକୁ କିଛି ସନ୍ଦିଗ୍ଧ ଜିନିଷ ମିଳିନାହିଁ। ତେଣୁ ଏହା ଏକ ଗୁଜବ ବୋଲି କୁହାଯାଉଛି। ତେବେ ଏହି ଧମକପୂଣ୍ଣ ଇ-ମେଲ୍‌ କିଏ ପଠାଇଛି ଓ କେଉଁଠୁ ଆସିଛି ନେଇ ପୁଲିସ ଯାଞ୍ଚ ଜାରି ରଖିଛି। ଏହାପୂର୍ବରୁ ଜୟପୁରରେ ବିମାନବନ୍ଦର ଏବଂ ବଡ଼ ବଡ଼ ୪୪ଟି ସ୍କୁଲ ଉପରେ ବୋମା ପକାଇବାକୁ ଧମକ ଦିଆଯାଇଥିଲା।

Jaipur Bomb Threat Rajasthan Bomb Threat To Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe