rizwan-joined-jmm-
ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ହେଲାଣି ରାଜନୀତି। ରାଜନୀତିର ପଶାପାଲିରେ ଜେଏଲ୍କେଏମ୍ ପାର୍ଟିକୁ ମିଳିଛି ଶକ୍ତ ଝଟକା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅକିଲ ଅଖତର ଜେଏଲ୍କେଏମ୍ ଛାଡ଼ି ଦେଇଛନ୍ତି। ସେ ଏବେ ଜେଏମ୍ଏମ୍ରେ ମିଶି ଯାଇଛନ୍ତି। ତେବେ ଏହା ପଛର କାରଣ ନେଇ ସେ ମୁହଁ ଖୋଲୁ ନାହାନ୍ତି ।
ଝାଡ଼ଖଣ୍ଡର ଗାଣ୍ଡେୟ ଏବେ ହଟ୍ ସିଟ୍ ପାଲଟିଛି। ଏହି ଆସନରୁ ଜେଏମ୍ଏମ୍ କଳ୍ପନା ସୋରେନଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିରୋଧରେ ଜେଏଲ୍କେଏମ୍ ପାର୍ଟି ଅକିଲ ଅଖତରଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ଅକିଲ ଏବେ ଜେଏଲ୍କେଏମ୍ ପାର୍ଟି ଛାଡ଼ି ଜେଏମ୍ଏମ୍ରେ ସାମିଲ ହୋଇଛନ୍ତି। ଫଳରେ ଜେଏଲ୍କେଏମ୍ ପାର୍ଟି ମୁଖ୍ୟ ଜୟରାମ ମହତୋଙ୍କୁ ଶକ୍ତ ଧକ୍କା ଲାଗିଛି।
ଅକିଲ ଅଖତର ଜେଏଲ୍କେଏମ୍ ପାର୍ଟି ମୁଖ୍ୟ ଜୟରାମ ମହତୋଙ୍କ ଖୁବ୍ ନିକଟତର ଥିଲେ। ଝାଡଖଣ୍ଡ ଭାଷା ଆନ୍ଦୋଳନ ସମୟରୁ ସେ ଜୟରାମ ମହତୋଙ୍କ ସହ ଜଡ଼ିତ ଥଲେ।
ଅକିଲ ଅଖତର ଜେଏମ୍ଏମ୍ରେ ସାମିଲ ହେବା ନେଇ ପାର୍ଟି ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଜେଏମ୍ଏମ୍ ସରକାର ଦ୍ୱାରା କରାଯାଉଥିବା ଜନହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ତଥା ହେମନ୍ତ ସୋରେନଙ୍କ ନେତୃତ୍ୱ ଦ୍ୱାରା ପ୍ରଭାବିତ ହୋଇ ସେ ଏହି ଦଳରେ ସାମିଲ ହୋଇଥିବା ଜେଏମ୍ଏମ୍ ପକ୍ଷରୁ କୁହାଯାଇଛି।
ଆସନ୍ତା ୧୩ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମତଗଣନା କାର୍ଯ୍ୟ ଆସନ୍ତା ୨୩ ତାରିଖରେ ହେବ । ଏହାପରେ ସ୍ପଷ୍ଟ ହେବ କିଏ ଝାଡ଼ଖଣ୍ଡ ଶାସନର ମଙ୍ଗ ଧରିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
