Advertisment

ଭାଷଣ ମଝିରେ ରାହୁଲ ଗାନ୍ଧିଙ୍କ ତ୍ରୁଟି ସୁଧାରିଲେ ଜୟରାମ ରମେଶ, ତାଚ୍ଛଲ୍ୟ କଲା ବିଜେପି

ଦିନକ ତଳେ ବିଦେଶରୁ ଫେରିଥିବା ରାହୁଲ ଗାନ୍ଧି ଗୁରୁବାର ସଂସଦ କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ତାଙ୍କର ଲଣ୍ଡନ ଭାଷଣକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ସୂଚନା ଦେବାରୁ ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ।

undefined

Rahul Gandhi

Advertisment

ପୁଣିଥରେ ଗୋଟିଏ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ବିଜେପି ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେ ବିଦେଶରୁ ଫେରି ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ତାଙ୍କ ଭାଷଣ ଅଧାରୁ ଅଟକାଇ ବରିଷ୍ଠ ନେତା ଜୟରାମ ରମେଶ ତାଙ୍କର ତ୍ରୁଟି ସୁଧାରିଛନ୍ତି। ଏହାକୁ ନେଇ ବିଜେପି ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛି।

Advertisment

ଦିନକ ତଳେ ବିଦେଶରୁ ଫେରିଥିବା ରାହୁଲ ଗାନ୍ଧି ଗୁରୁବାର ସଂସଦ କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ତାଙ୍କର ଲଣ୍ଡନ ଭାଷଣକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ସୂଚନା ଦେବାରୁ ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ରିପୋର୍ଟରମାନଙ୍କ ସହ କଥା ହେବା ବେଳେ ରାହୁଲ ଗାନ୍ଧି କହିଥିଲେ ଯେ “ଦୁର୍ଭାଗ୍ୟବଶତଃ ମୁଁ ସଂସଦର ଜଣେ ସଦସ୍ୟ। ମୋ ବିରୋଧରେ ୪ ଜଣ ମନ୍ତ୍ରୀ ସଂସଦରେ ଅଭିଯୋଗ କରିଛନ୍ତି। ତେଣୁ ଏହାର ଜବାବ ଦେବାକୁ ମୋର ଗଣତାନ୍ତ୍ରିକ ଅଧିକାର ରହିଛି। ମୋର ଆଶା ଯେ ମୋତେ ସଂସଦରେ କହିବାକୁ ଅନୁମତି ଦିଆଯିବ। ପ୍ରଥମେ ମୁଁ ଗୃହରେ ବିବୃତି ରଖିବାକୁ ଚାହେଁ, ଏହା ପରେ ମୁଁ ଏସମ୍ପର୍କରେ ଆଲୋଚନା କରିବି।”

ଏହି ସମୟରେ ରାହୁଲଙ୍କ ପାଖରେ ଜୟରାମ ବସିଥିଲେ। ସେ ତୁରନ୍ତ ରାହୁଲଙ୍କ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିଥିଲେ। ସେ ରାହୁଲଙ୍କୁ ସାମାନ୍ୟ ପଛକୁ କରିବା ସହ ତାଙ୍କ କାନରେ ଫୁସଫୁସ ହୋଇ କିଛି କହିଥିଲେ। ତେବେ ଜୟରାମ ରମେଶ କହିଥିବା କଥା ରେକର୍ଡ ହୋଇଯାଇଛି। ବିଜେପି ମଜା ଉଡ଼ାଇପାରେ ବୋଲି ଜୟରାମ ଧୀରଧୀରେ ରାହୁଲଙ୍କୁ କହିଥିଲେ।

Advertisment

ସେ କହିଥିଲେ ଯେ “ସେମାନେ ଆପଣଙ୍କ ମଜା ଉଡ଼ାଇ ପାରନ୍ତି। ଆପଣ କହୁନ୍ତୁ ଯେ ଆପଣମାନଙ୍କ ପାଇଁ ଦୁର୍ଭାଗ୍ୟର ବିଷୟ।” ଜୟରାମ ରମେଶଙ୍କ କଥା ଶୁଣିବା ପରେ ରାହୁଲ ପୁଣି ନିଜର କଥା ଆରମ୍ଭ କରିଥିଲେ। ସେ ନିଜ ଶବ୍ଦର ସଂଶୋଧ କରି କହିଥିଲେ ଯେ “ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ “ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ।”

ଏହି ଭିଡିଓ ଭାଇରାଲ ହେବା ପରେ ରାହୁଲଙ୍କୁ କଟାକ୍ଷ କରିଛି ବିଜେପି। ଦଳର ମୁଖପାତ୍ର ସମ୍ବିତ ପାତ୍ର ଭିଡିଓ ଟ୍ୱିଟ କରି କହିଛନ୍ତି ଯେ “ସବୁ କିଛି ପରେ ଆଉ କେତେ ଦିନ ଆପଣ ଏମିତି ତାଙ୍କୁ ଶିଖାଉଥିବେ?” ବିଜେପି ନେତା ଶାହଜାଦ ପୁନାୱାଲା କହିଛନ୍ତି, “ଜୟରାମ ରମେଶ ଜୀ ଏହା ଆମ ପାଇଁ ଦୁର୍ଭାଗ୍ୟର ବିଷୟ ଯେ ସେ ମହାନ ସଦନର ଜଣେ ସାଂସଦ। ସେ ସଦସ୍ୟ ଥାଇ ମଧ୍ୟ ସଦନର ଅପମାନ କରିବାରେ ଲାଗିଛନ୍ତି।”

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe