Advertisment

ପାର୍ଲାମେଣ୍ଟ ଫାଷ୍ଟ ଡେ' ଫାଷ୍ଟ ଶୋ', ରିଜିଜୁ-ଜୟରାମ ତୁ ତୁ ମେଁ ମେଁ

ଏଥିରେ ବି ଗ୍ରେସ୍‌ ମାର୍କ ଅଛି କି?... NEET ବିବାଦକୁ ଇଙ୍ଗିତ କରି କିରଣ ରିଜିଜୁଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ।

ଅଦ୍ୟତନ ହୋଇଛି
kiren-rijiju-jairam-ramesh

kiren-rijiju-jairam-ramesh

Advertisment

ଆଜିଠୁ ଆରମ୍ଭ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ। ତେବେ ପାର୍ଲାମେଣ୍ଟର ଫାଷ୍ଟ ଡେ'ରେ ଫାଷ୍ଟ ଶୋ' ଦେଖିବାକୁ ମିଳିଛି। ଆରମ୍ଭରୁ ହିଁ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ। ଅଧିବେଶନ ଆରମ୍ଭ ପୂର୍ବରୁ ସୋଶାଲ ମିଡିଆରେ ଆରମ୍ଭ ହୋଇଯାଇଛି ବାକ୍‌ ଯୁଦ୍ଧ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଭିତରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି।

Advertisment

ଲୋକସଭା ଅଧିବେଶନ ଆରମ୍ଭ ପୂର୍ବରୁ ଅଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କିରଣ ରିଜିଜୁ ୧୮ତମ ଲୋକସଭା ସଦସ୍ୟଙ୍କ ପାଇଁ ଏକ ସ୍ୱାଗତ ବାର୍ତ୍ତା ପୋଷ୍ଟ କରିଥିଲେ। ସେ ଏଥିରେ କହିଥିଲେ, '୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି। ମୁଁ ସମସ୍ତ ନବ ନିର୍ବାଚିତ ସମ୍ମାନିତ ସଦସ୍ୟମାନଙ୍କୁ ସ୍ୱାଗତ କରୁଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମୁଁ ସଦସ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଉପଲବ୍ଧ ରହିବି। ମୁଁ ସମନ୍ୱୟରେ ସକରାତ୍ମକ ରୂପେ କାର୍ଯ୍ୟ କରିବାକୁ ଚାହୁଁଛି।'

ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। କିରଣ ରିଜିଜୁଙ୍କ ଏହି ପୋଷ୍ଟରେ ସେ କମେଣ୍ଟ କରି ଲେଖିଛନ୍ତି, 'ମିଷ୍ଟର ମିନିଷ୍ଟର, ଆପଣଙ୍କ ଶବ୍ଦ ଅପେକ୍ଷା ଆପଣଙ୍କ ଆକ୍ସନ କଥା କୁହେ। ଯାହା କହୁଛନ୍ତି ତାହା କାମରେ କରି ଦେଖାନ୍ତୁ।'

Advertisment

ଜୟରାମ ରମେଶଙ୍କ ଏହି ପୋଷ୍ଟର ଉତ୍ତର ଦେଇ କିରଣ ରିଜିଜୁ ଲେଖିଛନ୍ତି, 'ଅବଶ୍ୟ ଜୟରାମ ରମେଶ ଜୀ, ଆପଣ ଗୃହର ଜଣେ ବୁଦ୍ଧିମାନ ସଦସ୍ୟ। ଯଦି ଆପଣ ସକରାତ୍ମକ ଅବଦାନ ଦିଅନ୍ତି, ତେବେ ଆପଣ ଗୃହ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ହେବେ। ସଂସଦୀୟ ଗଣତନ୍ତ୍ରରେ ରାଜନୈତିକ ଦଳ ମଧ୍ୟରେ ମତଭେଦ ଜାରି ରହିବ କିନ୍ତୁ ଆମେ ଦେଶ ସେବାରେ ଏକ ହୋଇ ରହିଛୁ। ଆମେ ଆଶା କରୁଛୁ ଭାରତର ସମୃଦ୍ଧ ସଂସଦୀୟ ପରମ୍ପରାକୁ ବଜାୟ ରଖିବାରେ ଆପଣ ସହଯୋଗ କରିବେ।'

ବିଜେପି ନେତାଙ୍କ ଏହି ଜବାବ ଉପରେ କଂଗ୍ରେସ ନେତା ଜୟରାମ ରମେଶ ନିଟ୍‌ ବିବାଦକୁ ଇଙ୍ଗିତ କରି ଟାର୍ଗେଟ୍‌ କରିଛନ୍ତି। ଧନ୍ୟବାଦ ମିଷ୍ଟର ମିନିଷ୍ଟର, ମୁଁ ଆଶା କରୁଛି ଯେ ମୋର ବୁଦ୍ଧି ପ୍ରମାଣପତ୍ର NTA ଗ୍ରେଡିଂ ଭଳି ହେବ ନାହିଁ। ଏଥିରେ ବି ଗ୍ରେସ୍ ମାର୍କ ଅଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ସାଧାରଣ ନିର୍ବାଚନରେ ​​ଭଲ ପ୍ରଦର୍ଶନ କରି ଉତ୍ସାହିତ ହୋଇ ବିରୋଧୀ ଦଳ ଚଳିତ ଲୋକସଭା ଅଧିବେଶରେ ପ୍ରମୁଖ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ପୂରାପୁରି ପ୍ରସ୍ତୁତ ଅଛି। ସବୁଠାରୁ ବଡ ପ୍ରସଙ୍ଗ ହେଉଛି NEET (UG ଏବଂ PG) ଏବଂ UGC-NET ପରୀକ୍ଷା ପେପର୍‌ ଲିକ୍‌ ବିବାଦ। ଏହି ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଝଡ଼ ସୃଷ୍ଟି କରିପାରନ୍ତି।

Jairam Ramesh Kiren Rijiju Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe