Advertisment

ଅପରେସନ ସିନ୍ଦୂରରେ ଜୈଶ ମୁଖିଆ ମସୁଦର ବଂଶ ନିପାତ!

ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଜୈଶ, ଲସ୍କର ଓ ହିଜବୁଲ ମୁଜାହିଦ୍ଦିନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି।

Masood

Masood

Advertisment

୨୦୧୯ ପୁଲୱାମା ହମଲା ଓ ୨୦୦୧ ସଂସଦ ହମଲାର ମାଷ୍ଟର ମାଇଣ୍ଡ ତଥା ଜୈଶ-ଇ-ମହମ୍ମଦର ମୁଖିଆ ମହମ୍ମଦ ମସୁଦ ଆଝାରକୁ ଭାରତର ଅପରେସନ ସିନ୍ଦୂରରେ ବଡ଼ ଝଟକା ଲାଗିଛି। ଜୈଶର ମୁଖ୍ୟାଳୟ ଏଲଓସି ଠାରୁ ୧୦୦ କିମି ଦୂର ବାହାବଲପୁରରେ ଥିଲେ ହେଁ ଭାରତ ସେଠାରେ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଆଝାର ପରିବାରର ୧୦ ଜଣ ସଦସ୍ୟ ଓ ୪ ଜଣ ଘନିଷ୍ଠ ସହଯୋଗୀ ନିହତ ହୋଇଛନ୍ତି। ସେହିପରି ଜୈଶ ମୁଖ୍ୟାଳୟ ମଧ୍ୟ ଛିନଛତ୍ର ହୋଇ ଯାଇଥିବା ଜଣାପଡ଼ିଛି।

Advertisment

ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଜୈଶ, ଲସ୍କର ଓ ହିଜବୁଲ ମୁଜାହିଦ୍ଦିନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି। ମଙ୍ଗଳବାର ରାତି ୧.୦୫ରୁ ୧.୩୦ ମଧ୍ୟରେ ଅପରେସନକୁ ସଫଳତାର ସହ ଶେଷ କରାଯାଇଛି। ଅପରେସନ ସିନ୍ଦୂରର ଟାର୍ଗେଟରେ ଥିବା ୨ଟି ପ୍ରମୁଖ ଆତଙ୍କୀ ଆଡ୍ଡା ମଧ୍ୟରୁ ଗୋଟିଏ ହେଲା ବାହାବଲପୁରରେ ଥିବା ସୁଭାନା ଆଲ୍ଲା କମ୍ପ୍ଲେକ୍ସ। ଏଠାରୁ ଏକାଧିକ ଭାରତ ବିରୋଧୀ ଆତଙ୍କବାଦୀ ହମଲାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଥାଏ। ୨୦୧୯ ପୁଲୱାମା ହମଲା ପରଠାରୁ ଭାରତୀୟ ଏଜେନ୍ସି ଟାର୍ଗେଟରେ ଏହି ଆତଙ୍କୀ ଆଡ୍ଡା ରହିଥିଲା।

ଏଠାରେ ହୋଇଥିବା ମିସାଇଲ ଷ୍ଟ୍ରାଇକରେ ଆଝାରର ବଡ଼ ଭଉଣୀ, ତାଙ୍କ ସ୍ୱାମୀ, ତା’ର ଭଣଜା ଓ ପତ୍ନୀର ମୃତ୍ୟୁ ହୋଇଛି। ମାସୁଦର ଆଉ ଜଣେ ଭାଣେଜୀ ଓ ପରିବାରର ୫ ଜଣ ପିଲା ମଧ୍ୟ ଆଖି ବୁଜିଛନ୍ତି। ଜୈଶ ମୁଖିଆ ନିଜେ ବିବିସି ଉର୍ଦ୍ଦ୍ୱୁକୁ ଏହି ସୂଚନା ଦେଇଛି। ମାସୁଦ ଆଝାର ଆହୁରି କହିଛି ଯେ ଜୈଶ ମୁଖିଆର ଜଣେ ଘନିଷ୍ଠ ସହଯୋଗୀ ଓ ତା’ର ମା ସମେତ ଆଉ ୨ ଜଣ ସହଯୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି।

Advertisment

ବାହାବଲପୁର ବ୍ୟତୀତ ପାକିସ୍ତାନ ଓ ପିଓକରେ ଥିବା ଲସ୍କର ଏବଂ ହିଜବୁଲର ଅନେକ ଆତଙ୍କୀ ଆଡ୍ଡାକୁ ନଷ୍ଟ କରାଯାଇଛି। ୯ଟି ଆଡ୍ଡାରେ ହୋଇଥିବା ହମଲାରେ ପ୍ରାୟ ୮୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ବାହାବଲପୁର ହେଉଛି ପାକିସ୍ତାନର ୧୨ତମ ବଡ଼ ସହର। ଏହା ଲାହୋର ଠାରୁ ୪୦୦ କିମି ଦୂର। ଏଠାରେ ଥିବା ସୁଭାନା ଆଲ୍ଲା କ୍ୟାମ୍ପ ମିସାଇଲ ଷ୍ଟ୍ରାଇକରେ ଧ୍ୱଂସ ହୋଇଯାଇଛି। ୧୮ ଏକର ଜମିରେ ଥିବା ଏହି କ୍ୟାମ୍ପ ଉସମାନ ଓ ଅଲୀ କ୍ୟାମ୍ପସ ଭାବେ ମଧ୍ୟ ଜଣାଶୁଣା। ଏଠାରେ ଜୈଶର ନିଯୁକ୍ତି, ପାଣ୍ଠି ସଂଗ୍ରହ ଓ ମୌଳବାଦୀ ଚିନ୍ତାଧାରର ତାଲିମ ଦିଆଯାଏ।

୨୦୦୦ ମସିହାରେ ଆଝାର ଜୈଶର ପ୍ରତିଷ୍ଠା କରିଥିଲା। ଭାରତ ମାଟିରେ ହୋଇଥିବା ଏକାଧିକ ଭୟଙ୍କର ଆତଙ୍କବାଦୀ ହମଲାରେ ଜୈଶ ରହିଛି। ୨୦୦୧ ସଂସଦ, ୨୦୧୬ ପଠାନକୋଟ ଓ ୨୦୧୯ ପୁଲୱାମାରେ ହୋଇଥିବା ହମଲା ଜୈଶ ଦ୍ୱାରା କରାଯାଇଥିଲା।

ମୁରିଦକେରେ ଥିବା ମସଜିଦ ୱା ମରକଜ ତାଏବା ମଧ୍ୟ ମିସାଇଲ ଆଟାକର ଶିକାର ହୋଇଛି। ଏହା ଜୈଶର ଆଉ ଏକ ଠିକଣା। ବାହାବଲପୁର ଓ ମୁରିଦକେରେ ହୋଇଥିବା ଭାରତର ମିସାଇଲ ଷ୍ଟ୍ରାଇକରେ ୩୦ ଜଣ ଲେଖାଏ ଆତଙ୍କୀ ନିହତ ହୋଇଛନ୍ତି।

Terror Attack Jammu Kashmir Masood Azhar Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe