Advertisment

ଆଜି ଠାରୁ ଅପରେସଜନ ଅଜୟ, ଇସ୍ରାଏଲରୁ ଆସିବେ ଭାରତୀୟ

ଇସ୍ରାଏଲରେ ବର୍ତ୍ତମାନ ପ୍ରାୟ ୧୮ ହଜାର ଭାରତୀୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧ ହଜାର ଶିକ୍ଷାର୍ଥୀ ଅଛନ୍ତି।

author-image
Hemant Lenka
Israle

Israle

ଯୁଦ୍ଧ କ୍ଷତିଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଜି ଠାରୁ ଆରମ୍ଭ ହେବ ଅପରେସନ ଅଜୟ। ଅପରେସନ ଆରମ୍ଭ ହେବା ପୂର୍ବରୁ ଆଜି ଏହାର ସମୀକ୍ଷା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

Advertisment

ଇସ୍ରାଏଲରେ ରହିଥିବା ଭାରତୀୟମାନେ ସ୍ୱଦେଶ ଫେରିବା ପାଇଁ ଡହଳବିକଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ। ଆଜି ସନ୍ଧ୍ୟାରୁ ଏହା ବିଧିବଦ୍ଧ ଭାବେ ଆରମ୍ଭ ହେବ। ଏଥିପାଇଁ ଉଦ୍ଧାର ଅପେକ୍ଷାରେ ଥିବା ଭାରତୀୟମାନେ ପଞ୍ଜୀକରଣ ମଧ୍ୟ ଆରମ୍ଭ କରିଦେଇଛନ୍ତି।

ଆଜି ହୋଇଥିବା ସମୀକ୍ଷା ବୈଠକ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ମନ୍ତ୍ରଣାଳୟର ଟିମ ପ୍ରସ୍ତୁତ ହୋଇ ଅଛି। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଅପରେସନ ଅଜୟର ପ୍ରସ୍ତୁତି କେମିତି ରହିଛି, ତା’ର ସମୀକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

Advertisment

ଅପରେସନ ଅଜୟ ଲଞ୍ଚ ହେବା ପରେ ଇସ୍ରାଏଲରେ ଥିବା ଭାରତୀୟମାନେ ସ୍ୱଦେଶ ଫେରିବା ପାଇଁ ଗୁରୁବାର ଠାରୁ ପଞ୍ଜୀକରଣ ଆରମ୍ଭ କରିଛନ୍ତି। ପ୍ରଥମ ଦଫାରେ ଆଜି ଗୋଟିଏ ସ୍ୱତନ୍ତ୍ର ବିମାନ ଇସ୍ରାଏଲ ଅଭିମୁଖେ ଉଡ଼ାଣ ଭରିବ। ତେଲ ଅଭିଭରୁ ଲୋକମାନଙ୍କୁ ଉକ୍ତ ବିମାନରେ ଭାରତ ଅଣାଯିବ।

ଇସ୍ରାଏଲରେ ବର୍ତ୍ତମାନ ପ୍ରାୟ ୧୮ ହଜାର ଭାରତୀୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧ ହଜାର ଶିକ୍ଷାର୍ଥୀ ଅଛନ୍ତି। ଏବେ ସେମାନଙ୍କୁ ସୁରକ୍ଷିତ ଭାରତ ଆଣିବା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସର କର୍ମଚାରୀମାନେ ମଧ୍ୟ ସେଠାରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଶନିବାର ଠାରୁ ହମାସ ଓ ଇସ୍ରାଏଲରେ ଘମାଘୋଟ ଲଢ଼େଇ ଚାଲିଛି। ଘନଘନ ରକେଟ ଓ ମିସାଇଲ ମାଡ଼ରେ ଉଭୟ ପକ୍ଷରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।

Israel Declares War Israel-Palestine Conflict