Advertisment

ଦାୟିତ୍ୱ ନେବା ପରେ ପାକିସ୍ତାନକୁ ନେଇ ଏଭଳି କହିଲେ ଜୟଶଙ୍କର

ଦାୟିତ୍ୱ ନେବା ପରେ ଜୟଶଙ୍କର ପାକିସ୍ତାନକୁ ଚେତାଇଛନ୍ତି। ସୀମା ପାର୍‌ ଆତଙ୍କବାଦ ଏକ ଭଲ ପଡୋଶୀର ନୀତି ନୁହେଁ ବୋଲି ସେ କହିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
s-jaishankar

s-jaishankar

ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି ଏସ ଜୟଶଙ୍କର। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତେବେ ଦାୟିତ୍ୱ ନେବା ପରେ ପାକିସ୍ତାନ ଓ ଚୀନ୍‌କୁ ସେ ଦେଇଛନ୍ତି ବଡ଼ ପରାମର୍ଶ। ଆସନ୍ତା ୫ ବର୍ଷ ପାଇଁ ଚୀନ୍‌ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଉପରେ ସେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

Advertisment

ଜୟଶଙ୍କର କହିଛନ୍ତି, ଭାରତର ଭୂମିକା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଭାରତକୁ ଜଣେ ବନ୍ଧୁ ଭାବରେ ଦେଖୁଛି, ଯିଏ ସଙ୍କଟ ସମୟରେ ସେମାନଙ୍କ ସହ ରହିଥାଏ। ବିବାଦର ସମାଧାନ ପାଇଁ ଆମେ କାର୍ଯ୍ୟ କରିବୁ। କୌଣସି ଦେଶରେ, ବିଶେଷ କରି ଗଣତନ୍ତ୍ରରେ, ଯେତେବେଳେ ଏକ ସରକାର ଲଗାତାର ୩ ଥର ନିର୍ବାଚିତ ହୁଅନ୍ତି, ଏହା ଏକ ବଡ଼ କଥା। ଏହି କାରଣରୁ ବିଶ୍ୱ ନିଶ୍ଚିତ ଭାବରେ ଅନୁଭବ କରିବ ଯେ ଭାରତରେ ରାଜନୈତିକ ସ୍ଥିରତା ଅଛି।

କେବଳ ସେତିକି ନୁହେଁ ଦାୟିତ୍ୱ ନେବା ପରେ ଜୟଶଙ୍କର ପାକିସ୍ତାନକୁ ଚେତାଇଛନ୍ତି। ସୀମା ପାର୍‌ ଆତଙ୍କବାଦ ଏକ ଭଲ ପଡୋଶୀର ନୀତି ନୁହେଁ ବୋଲି ସେ କହିଛନ୍ତି। ପାକିସ୍ତାନ ଆଉ ଆମର ସୀମା ଆତଙ୍କବାଦର ସମସ୍ୟା ପୁରୁଣା। ଏହାର ସମାଧାନ ଖୋଜିବାକୁ ଚାହୁଁଛୁ। ଚୀନ ଏବଂ ପାକିସ୍ତାନ ସହ ଭାରତର ସମ୍ପର୍କ ସାମାନ୍ୟ ଭିନ୍ନ। ଏହି କାରଣରୁ ସମସ୍ୟା ମଧ୍ୟ ଭିନ୍ନ। ଆମର ପ୍ରୟାସ ହେଉଛି ଚୀନ୍‌ ସହ ଲାଗି ରହିଥିବା ସୀମା ବିବାଦର ସମାଧାନ ଖୋଜିବା ବୋଲି ଏସ୍‌ ଜୟ ଶଙ୍କର କହିଛନ୍ତି।

Advertisment

ପୁଣିଥରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମିଳିବା ପରେ ଏସ ଜୟଶଙ୍କର କହିଛନ୍ତି, ପୁଣି ଥରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯିବା ଅତ୍ୟନ୍ତ ଗୌରବର ବିଷୟ। ଗତ କାର୍ଯ୍ୟକାଳ ମଧ୍ୟରେ ଏହି ମନ୍ତ୍ରଣାଳୟ ବହୁତ ଭଲ ପ୍ରଦର୍ଶନ କରିଥିଲା। ଆମେ ଜି୨୦ର ଅଧ୍ୟକ୍ଷତା କରିଥିଲୁ, ଆମେ ଭାକ୍ସିନ୍‌ ବନ୍ଧୁତା ସ୍ଥାପନ କରିଥିଲୁ। ଯୋଗାଣ ସମେତ କୋଭିଡ୍‌ର ଆହ୍ବାନର ସମ୍ମୁଖୀନ ହୋଇଥିଲୁ, ଅପରେଶନ ଗଙ୍ଗା ଏବଂ ଅପରେଶନ କାବେରୀ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର କେନ୍ଦ୍ର ମଧ୍ୟ ହୋଇଥିଲୁ।

Pakistan China S Jaishankar Modi Cabinet 3.0 External Affairs Minister