/odisha-reporter/media/post_attachments/uploadimage/library/16_9/16_9_0/IMAGE_1717491555.jpg)
charanjit-singh-chani
ଜିତିଲେ କଂଗ୍ରେସ ପ୍ରାର୍ଥୀ ଚରଣଜିତ ସିଂହ ଚନ୍ନି। ପଞ୍ଜାବର ଜାଲନ୍ଧର ଆସନରୁ ସେ ବଡ଼ ବିଜୟ ହାସଲ କରିଛନ୍ତି। ସେ ପ୍ରାୟ ୩ ଲକ୍ଷ ୯୦ ହଜାର ୫୩ ଭୋଟ୍ରେ ଜିତିଛନ୍ତି। ଚରଣଜିତ ସିଂହ ଚନ୍ନି ବିଜେପିର ସୁଶୀଲ କୁମାର ରିଙ୍କୁଙ୍କୁ ବଡ ମାର୍ଜିନ୍ରେ ମାତ୍ ଦେଇଛନ୍ତି। ସେ ତାଙ୍କୁ ୧ ଲକ୍ଷ ୭୫ହଜାର ୯୯୩ ଭୋଟ୍ରେ ହରାଇଛନ୍ତି।
Advertisment
ରିଙ୍କୁଙ୍କ ବ୍ୟତୀତ ଏହି ଆସନରୁ ନିର୍ବାଚନ ଲଢ଼ିଥିବା ଅନ୍ୟ ମୁଖ୍ୟ ପ୍ରାର୍ଥୀ ଶିରୋମଣି ଅକାଳି ଦଳର ମୋହିନ୍ଦର ସିଂହ କେପି, ବିଏସ୍ପିର ବଲବିନ୍ଦର କୁମାର ଓ ଆମ ଆଦମୀ ପାର୍ଟିର ପବନ କୁମାର ଟିନୁଙ୍କୁ ମଧ୍ୟ ପଛରେ ପକାଇ ଜାଲନ୍ଧରକୁ ଦଖଲ କରିଛନ୍ତି।
କହିରଖୁ ଯେ, ୧୯୯୯ରୁ ଆରମ୍ଭ କରି ୨୦୧୯ ଯାଏ ଏହି ଆସନରେ କଂଗ୍ରେସର ଦବ୍ଦବା ରହିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
