Advertisment

କଂଗ୍ରେସ ପାଇଁ ଖୁସି, ଜିତିଲେ ଚରଣଜିତ୍‌ ସିଂହ ଚନ୍ନି

ସେ ପ୍ରାୟ ୩ ଲକ୍ଷ ୯୦ ହଜାର ୫୩ ଭୋଟ୍‌ରେ ଜିତିଛନ୍ତି।

charanjit-singh-chani

charanjit-singh-chani

Advertisment

ଜିତିଲେ କଂଗ୍ରେସ ପ୍ରାର୍ଥୀ ଚରଣଜିତ ସିଂହ ଚନ୍ନି। ପଞ୍ଜାବର ଜାଲନ୍ଧର ଆସନରୁ ସେ ବଡ଼ ବିଜୟ ହାସଲ କରିଛନ୍ତି। ସେ ପ୍ରାୟ ୩ ଲକ୍ଷ ୯୦ ହଜାର ୫୩ ଭୋଟ୍‌ରେ ଜିତିଛନ୍ତି। ଚରଣଜିତ ସିଂହ ଚନ୍ନି ବିଜେପିର ସୁଶୀଲ କୁମାର ରିଙ୍କୁଙ୍କୁ ବଡ ମାର୍ଜିନ୍‌ରେ ମାତ୍‌ ଦେଇଛନ୍ତି। ସେ ତାଙ୍କୁ ୧ ଲକ୍ଷ ୭୫ହଜାର ୯୯୩ ଭୋଟ୍‌ରେ ହରାଇଛନ୍ତି।

Advertisment

ରିଙ୍କୁଙ୍କ ବ୍ୟତୀତ ଏହି ଆସନରୁ ନିର୍ବାଚନ ଲଢ଼ିଥିବା ଅନ୍ୟ ମୁଖ୍ୟ ପ୍ରାର୍ଥୀ ଶିରୋମଣି ଅକାଳି ଦଳର ମୋହିନ୍ଦର ସିଂହ କେପି, ବିଏସ୍‌ପିର ବଲବିନ୍ଦର କୁମାର ଓ ଆମ ଆଦମୀ ପାର୍ଟିର ପବନ କୁମାର ଟିନୁଙ୍କୁ ମଧ୍ୟ ପଛରେ ପକାଇ ଜାଲନ୍ଧରକୁ ଦଖଲ କରିଛନ୍ତି।

କହିରଖୁ ଯେ, ୧୯୯୯ରୁ ଆରମ୍ଭ କରି ୨୦୧୯ ଯାଏ ଏହି ଆସନରେ କଂଗ୍ରେସର ଦବ୍‌ଦବା ରହିଥିଲା।

Advertisment
Congress LokSabha Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe