Advertisment

ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା, ଦଳ ଛାଡ଼ିଲେ ନେତା

ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

Bjp

Bjp

Advertisment

ପାଖେଇ ଆସିଲାଣି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ସାମ୍ବା ଜିଲ୍ଲାର ଜିଲ୍ଲା ସଭାପତି କଶ୍ମୀରା ସିଂହ ଟିକେଟ ନ ମିଳିବାରୁ ସେ ରାଗି ଯାଇଛନ୍ତି। ସେ ଦଳ ଛାଡିଛନ୍ତି।

Advertisment

ସାମ୍ବା ବିଧାନସଭା ଆସନରୁ ବିଜେପି ସୁରଜିତ ସିଂହ ସାଲାଥିଆଙ୍କୁ ଟିକେଟ୍‌ ଦେଇଛି। ତେବେ ଦଳର ଏହି ନିଷ୍ପତ୍ତିରେ କଶ୍ମୀରା ସିଂହ କିନ୍ତୁ ଖୁସି ନଥିଲେ। ଟିକେଟ୍ ନ ପାଇବା ପରେ ବିଜେପିର ସାମ୍ବା ଜିଲ୍ଲା ସଭାପତି ପଦରୁ ସେ ଇସ୍ତଫା ଦେଇ ଦଳ ଛାଡ଼ିଛନ୍ତି।

ଏଥିସହ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତା ଚନ୍ଦ୍ର ମୋହନ ଶର୍ମା ମଧ୍ୟ ଟିକେଟ ନ ପାଇବା ପରେ ଦଳ ଛାଡିଛନ୍ତି। କୁହାଯାଉଛି ଯେ ଚନ୍ଦ୍ର ମୋହନ ମଧ୍ୟ ଟିକେଟ ନ ମିଳିବା ଯୋଗୁ ଅସନ୍ତୋଷ ଥିଲେ।

Advertisment

ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତିନୋଟି ପର୍ଯ୍ୟାୟରେ ଏଠି ମତଦାନ ହେବ। କେନ୍ଦ୍ରଶାସିତ ଅଞ୍ଚଳରେ ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଥିବା ବେଳେ ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ। ଅକ୍ଟୋବର ୪ ରେ ଭୋଟ୍‌ ଗଣତି ହେବ।

Bjp Jammu Kashmir Assembly Election J&K; Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe