Advertisment

ଗାଁରେ ଲୁଚିଛନ୍ତି ଆତଙ୍କବାଦୀ; ଚାରିପଟୁ ସିଲ୍‌ କଲା ସେନା, ୪ ଆହତ

ସୁରକ୍ଷା ବଳ ଗାଁର ଘର ଘର ତଲାସୀ କରୁଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀ ହଠାତ୍‌ ଫାୟାରିଂ ଆରମ୍ଭ କରି ଦେଇଥିଲେ। ଏହି ଫାୟାରିଂ ଯୋଗୁ ୩ ଯବାନ ଓ ଜଣେ ପୁଲିସ୍‌ ଅଧିକାରୀ ଆହତ ହୋଇଛନ୍ତି।

Firing

Firing

Advertisment

କିଛି ଦିନର ବ୍ୟବଧାନ ପରେ ଜମ୍ମୁ କଶ୍ମୀରର କୁଲଗାମରେ ପୁଣି ଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। କୁଲଗାମ ଜିଲ୍ଲାର ଦେବସର ଅଞ୍ଚଳର ଆଦିଗାମ ଗାଁରେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ଭୋରରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Advertisment

ଜମ୍ମୁ କଶ୍ମୀର ପୁଲିସ୍‌, ସିଆରପିଏଫ ଓ ସଂଯୁକ୍ତ ଟିମ୍‌ ଗାଁରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ସୁରକ୍ଷା ବଳ ଗାଁର ଘର ଘର ତଲାସୀ କରୁଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀ ହଠାତ୍‌ ଫାୟାରିଂ ଆରମ୍ଭ କରି ଦେଇଥିଲେ। ଏହି ଫାୟାରିଂ ଯୋଗୁ ୩ ଯବାନ ଓ ଜଣେ ପୁଲିସ୍‌ ଅଧିକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୌଣସି ଅଘଟଣ ଆଶଙ୍କାରେ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ଏହାପରେ ଯବାନମାନେ ଗାଁକୁ ଚାରିପଟୁ ଘେରି ସିଲ୍‌ କରି ଦେଇ ପ୍ରତିଟି ଘରକୁ ତନ ତନ କରି ତଲାସୀ କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ସୁରକ୍ଷା ଟିମ୍‌ ଓ ଆତଙ୍କବାଦୀଙ୍କ ମଧ୍ୟରେ ଫାୟାରିଂ ଚାଲୁ ରହିଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖୁବ୍‌ ଶୀଘ୍ର ଲୁଚି ରହିଥିବା ଆତଙ୍କବାଦୀଙ୍କୁ କାବୁ କରାଯିବା ସହ ଅପରେସନକୁ ସଫଳ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।

Advertisment

ଆଗକୁ ଜମ୍ମୁ- କଶ୍ମୀର ନିର୍ବାଚନ ଥିବାରୁ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ନିମନ୍ତେ ବାରମ୍ବାର ଆତଙ୍କବାଦୀ ହମଲା ଉଦ୍ୟମ କରାଯାଉଛି। ଏହା ପୂର୍ବରୁ ଜମ୍ମୁ- କଶ୍ମୀରର ପୁଲୱାମା ଜିଲ୍ଲାରେ ପୁଲିସ୍‌ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ କରିଥିବା ବେଳେ ୬ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଏହାପୂର୍ବରୁ ଗତ ମେ’ ମାସରେ କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ।

Jammu Kashmir Terrorist Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe