Advertisment

'ଆତଙ୍କବାଦୀକୁ ସହାୟତା କଲେ ବୁଲିବ ବୁଲଡୋଜର'

ଆତଙ୍କୀଙ୍କ ବିରୋଧ ଏକତ୍ର ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଏଲଜି।

author-image
Madhupriya Mistry
ଅଦ୍ୟତନ ହୋଇଛି
Manoj Sinha

Manoj Sinha

ଯିଏ ଆତଙ୍କବାଦୀଙ୍କୁ ସହାୟତା କରିବ ତା'ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ହେବ ବୁଲଡୋଜର ଆକ୍ସନ। ତାଙ୍କ ଘର ଉପରେ ଚାଲିବ ବୁଲଡୋଜନର। ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା।

Advertisment

ଜମ୍ମୁ-କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କୀ ଘଟଣା ଦିନକୁ ଦନ ବଢ଼ି ଚାଲିଛି। ଏହାକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ରାଜ୍ୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗତିବିଧିକୁ ବରଦାସ୍ତ କରାଯିବ ନାହିଁ। ଆତଙ୍କବାଦୀଙ୍କୁ ସାହାଯ୍ୟ କଲେ ଘର ଉପରେ ବୁଲଡୋଜର ଚଢ଼ାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆତଙ୍କୀଙ୍କ ବିରୋଧ ଏକତ୍ର ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଏଲଜି। ଏହାଛଡ଼ା ସେ କହିଛନ୍ତି, ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକ, ସୁରକ୍ଷାବଳ ଏବଂ ପ୍ରଶାସନ ଏକାଠି ହେଲେ ବର୍ଷେ ମଧ୍ୟରେ ରାଜ୍ୟରୁ ଆତଙ୍କବାଦୀ ଶେଷ ହୋଇଯିବେ। ବାରମୂଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି ମନୋଜ ସିହ୍ନା।

Advertisment

କୌଣସି ନିର୍ଦ୍ଦୋଷଙ୍କର ଯେପରି କ୍ଷତି ନହୁଏ ଏବଂ ଦୋଷୀଙ୍କ ବିରୋଧରେ କଠୋର ହେବାକୁ ସେ ସୁରକ୍ଷାବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀଙ୍କୁ ସହଯୋଗ କଲେ ସେମାନଙ୍କ ସହିତ କୌଣସି ପ୍ରକାର ବୁଝାମଣା ହେବନାହିଁ। ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ମନୋଜ ସିହ୍ନା କହିଛନ୍ତି।

ମନୋଜ ସିହ୍ନା ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ 'ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଆମେ ଜାଣୁ ଯେ ଆମ ମଧ୍ୟରେ କିଛି ଲୋକ ଅଛନ୍ତି ଯେଉଁମାନେ ଶାନ୍ତି ବଜାୟ ରଖିବାକୁ ଚାହୁଁ ନାହାନ୍ତି। ସେମାନେ ସର୍ବଦା ଷଡ଼ଯନ୍ତ୍ର କରୁଛନ୍ତି। ଉପତ୍ୟକାରେ ଯେଉଁ ଭଳି ପରିସ୍ଥିତି ଲାଗି ରହିଛି ସେଥିପାଇଁ ବାହ୍ୟ ଶକ୍ତି ମଧ୍ୟ ଦାୟୀ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଇସାରାରେ ଉପତ୍ୟକାରେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି।'

ପଡୋଶୀ ଦେଶ କଶ୍ମୀରକୁ ଅଶାନ୍ତି କରିବାକୁ ଚେଷ୍ଟା ଚଳାଇଛି। ଏହାକୁ ନେଇ ପ୍ରଶାସନ ଯେତେ ଚିନ୍ତିତ ନୁହେଁ, ତା’ଠାରୁ ବଡ଼ ଚିନ୍ତାର ବିଷୟ ହେଲା ପଡ଼ୋଶୀ ଦେଶର ପ୍ରଲୋଭନରେ ପଡ଼ୁଛନ୍ତି ଲୋକେ। ଏଭଳି ଲୋକଙ୍କୁ ଚିହ୍ନଟ କରିବା କେବଳ ସୁରକ୍ଷାବଳ କିମ୍ବା ପ୍ରଶାସନର ନୁହେଁ, ବରଂ ସାଧାରଣ ଲୋକେ ବି ଏଥିରେ ସରକାରଙ୍କୁ ସହଯୋଗ ଦରକାର ବୋଲି ଉପରାଜ୍ୟପାଳ କହିଛନ୍ତି।

Jammu Kashmir Terrorist Attack Jammu Kashmir LG Manoj Sinha