Advertisment

ଖାଇକୁ ଖସିଲା ସେନା ଗାଡ଼ି, ଜଣେ ଯବାନ ମୃତ, ୧୩ ଆହତ

ଗୁରୁତରଙ୍କ ମଧ୍ୟରେ ୪ ଜଣ ସ୍ଥାନୀୟ ନାଗରିକ ସାମିଲ ଅଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Accident

Accident

ଖାଇକୁ ଖସିଲା ସେନା ଗାଡ଼ି। ଦୁର୍ଘଟଣାଗ୍ରସ୍ତ ହେବା ପରେ ଗାଡିଟି ରାସ୍ତାରେ ଓଲଟିବା ପରେ ଖାଇକୁ ଖସି ପଡିଛି। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ  ହୋଇଥିବା ବେଳେ ୯ ସୈନିକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଜମ୍ମୁ-କଶ୍ମୀରର କୁଲଗାମରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ଜଣେ ଅଧିକାରୀଙ୍କ କହିବା ମୁତାବକ, ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରେ ୪ ଜଣ ସ୍ଥାନୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ସେନାର ଶ୍ରୀନଗର ସ୍ଥିତ ୧୫ ତମ କୋର୍‌ ଯାହା ଚିନାର କୋର୍‌ ନାମରେ ମଧ୍ୟ ଜଣାଶୁଣା ସେ କହିଛି ଯେ, କୁଲଗାମ ଡିଏଚ୍‌ ପୋରା ଅଞ୍ଚଳରେ ଶନିବାର ରାତିରେ ଏକ ଅପରେସନ୍ ସମୟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଦୁଃଖର ବିଷୟ ଯେ ଏହି ଦୁର୍ଘଟଣାରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ କିଛି ସୈନିକ ଆହତ ହୋଇଥିଲେ ଯାହାକୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ସମସ୍ତ ସୈନିକଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଚିନାର କୋର୍‌ କହିଛି।

Accident Jammu Kashmir Soildier Dead