Advertisment

ସେନା-ଆତଙ୍କୀ ମୁହାଁମୁହିଁ, ମେଜର୍‌ଙ୍କ ସମେତ ୩ ସହିଦ

ଜଙ୍ଗଲ ଭିତରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

author-image
Madhupriya Mistry
undefined

Rajouri jk encounter

ପୁଣି ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଜମ୍ମୁ କଶ୍ମୀରର ରଜୌରୀରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଭାରତୀୟ ସେନାର ଜଣେ ମେଜର୍‌ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସେନା ଗୁଳିରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ରଜୌରୀର କାଲକୋଟ ଥାନା ଅନ୍ତର୍ଗତ ବାଜି ଗାଁର ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍‌ ଗ୍ରୁପ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଭାରତୀୟ ସେନାର ତିନି ଜଣ ସହିଦ ହୋଇଛନ୍ତି।

ଜଙ୍ଗଲ ଭିତରେ ଆହୁରି ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଡ୍ରୋନ୍‌ ଓ ହେଲିକପ୍ଟର ସହାୟତାରେ ପୂରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ସୁରକ୍ଷାକର୍ମୀ ପକ୍ଷରୁ ନଜର ରଖାଯାଇଛି। କୁହାଯାଉଛି ଯେ, ଜଙ୍ଗଳ ଅଞ୍ଚଳ ହୋଇଥିବାରୁ ସର୍ଚ୍ଚ ଅପରେସନ୍‌ରେ ବାଧା ଉପୁଜୁଛି। ଉଭୟ ପକ୍ଷରୁ ଗୁଳିମାଡ଼ ଜାରି ରହିଛି।

Advertisment
Encounter Jammu And Kashmir Encounter