Advertisment

ଫ୍ଲାସ୍‌ ଫ୍ଲଡରେ ନିଖୋଜ ୨ ଯବାନଙ୍କ ମୃତଦେହ ଉଦ୍ଧାର

ଗତକାଲି ରାତିରେ ନାଏବ ସୁବେଦାର କୁଲଦୀପ ସିଂଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସିପାହୀ ତେଲୁ ରାମଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

Jawan

Jawan

Advertisment

ଜମ୍ମୁ କଶ୍ମୀରର ପୁଚ୍ଛ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଫ୍ଲାସ୍‌ ଫ୍ଲଡରେ ପଡ଼ି ନିଖୋଜ ହୋଇ ଯାଇଥିବା ୨ ଯବାନ ଶହୀଦ ହୋଇଛନ୍ତି। ପ୍ରବଳ ବର୍ଷା ସମୟରେ ଯବାନମାନେ ହୋର୍ଗା ନାଲହା ଅଞ୍ଚଳରେ ଏକ ନଦୀ ଅତିକ୍ରମ କରୁଥିଲେ। ଏହି ସମୟରେ ୨ ଯବାନ ପ୍ରବଳ ବର୍ଷାରେ ଭାସି ଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା।  

Advertisment

ଗତକାଲି ରାତିରେ ନାଏବ ସୁବେଦାର କୁଲଦୀପ ସିଂଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସିପାହୀ ତେଲୁ ରାମଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ଭାରତୀୟ ସେନା ପକ୍ଷରୁ ଏ ନେଇ ଘୋଷଣା କରାଯିବା ସହ ଉଭୟ ଶହୀଦଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ଏନେଇ ସେମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। 

Advertisment

ଜମ୍ମୁ କଶ୍ମୀରରେ ଲଗାତାର ଭାବେ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କାଠୁଆ, ଶମ୍ଭା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଏପରିକି ଏହି ସମୟରେ ବନ୍ୟା ସାଙ୍ଗକୁ ଫ୍ଲାସ୍‌ ଫ୍ଲଡ ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତାମୂଳକ ସୂଚନା ଜାରି କରାଯାଇଥିଲା। ଏହାସତ୍ତ୍ୱେ ଘଟିଥିବା ଏହି ଅଘଟଣ ସମସ୍ତଙ୍କୁ ଗଭୀର ଧକ୍କା ଦେଇଛି।

Deadbody Army Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe