Omar Abdullah
ଜମ୍ମୁ-କଶ୍ମୀରରେ ବଢ଼ୁଥିବା ଆତଙ୍କୀ ହମଲା ଦେଶର ଚିନ୍ତା ବଢ଼ାଇଛି। ରବିବାର ଶ୍ରୀନଗରର ଏକ ସାପ୍ତାହିକ ବଜାରରେ ହୋଇଥିବା ଗ୍ରେନେଡ ଆକ୍ରମଣରେ ୧୦ରୁ ଅଧିକ ଲୋକ ଆହତ ହେବା ସୁରକ୍ଷାକର୍ମୀଙ୍କ ନିଦ ହଜାଇଛି। ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ସୁରକ୍ଷା ବାହିନୀ ସମସ୍ତ ପ୍ରକାର ଉଦ୍ୟମ କରନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଗ୍ରେନେଡ ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା 'ଏକ୍ସ'ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଗତ କିଛିଦିନ ହେବ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ଓ ଏନକାଉଣ୍ଟର ଘଟଣା କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ଆଜି ଆତଙ୍କବାଦୀମାନେ ଶ୍ରୀନଗରରେ ନିରୀହ ଲୋକଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏହା ଅତ୍ୟନ୍ତ ବିଚଳିତ କଲାଭଳି ଘଟଣା। ନିରୀହ ଲୋକଙ୍କୁ ଟାର୍ଗେଟ କରିବା କୌଣସି ପ୍ରକାରେ ଯଥାର୍ଥ ନୁହେଁ। ମୁଁ ଅନୁଭବ କରୁଛି, ସୁରକ୍ଷା ଏଜେନ୍ସି ସବୁକିଛି କରିବା ଉଚିତ, ଯାହାଦ୍ୱାରା ଏହିପରି ଆକ୍ରମଣର ଯେପରି ପୁନରାବୃତ୍ତି ହେବନାହିଁ। ଯାହାଫଳରେ ଲୋକମାନେ ବିନା ଭୟରେ ଉପତ୍ୟକାରେ ରହିପାରିବେ।
ଅକ୍ଟୋବରରେ ଆତଙ୍କବାଦୀ ନେଲେଣି ୧୮ ଜୀବନ
ପ୍ରକାଶ ଥାଉ, ଅକ୍ଟୋବରରେ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଓମାର ଅବଦୁଲ୍ଲା ଶପଥ ଗ୍ରହଣ କରିଥିଲେ। ଦୁର୍ଭାଗ୍ୟବଶତଃ ଏହାପରେ ରାଜ୍ୟରେ ହଠାତ୍ ଆତଙ୍କବାଦୀ ଆକ୍ରମଣ ଏବଂ ଏନକାଉଣ୍ଟର ବୃଦ୍ଧି ପାଇଛି। କେବଳ ଅକ୍ଟୋବରରେ ହିଁ ଉପତ୍ୟକାରେ ଆତଙ୍କବାଦୀ ୧୮ ଜଣଙ୍କୁ ହତ୍ୟା କଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us