Advertisment

ଘାଟିରେ ଏନ୍‌କାଉଣ୍ଟର୍‌, ୨ରୁ ୩ ଆତଙ୍କବାଦୀ ଲୁଚି ରହିଥବା ସୂଚନା

ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି।

undefined

encounter

Advertisment

ଘାଟିରେ ଫୁଟିଲା ଗୁଳି। ଜମ୍ମୁକଶ୍ମୀର ପୁଲଓ୍ୱାମା ଜିଲ୍ଲାର ନିହାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ପୂରା ଅଞ୍ଚଳକୁ ସର୍ଚ୍ଚ ଅପରେନ୍‌ ଚାଲିଛି। ଦୁଇରୁ ତିନି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳିଛି।

Advertisment

ସୁରକ୍ଷା ବାହିନୀ ମୁତାବକ, ନିହାମାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଏହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଦ୍ୱାରା ଏହାର ପାଲଟା ଆକ୍ରମଣ କରାଯାଇଛି। ଉଭୟ ପକ୍ଷରୁ ଗୁଳିମାଡ଼ ଜାରି ରହିଛି।

ଏହାପୂର୍ବରୁ ଜମ୍ମୁ କଶ୍ମୀର ପୁଲିସ ଏବଂ ସେନାର ମିଳିତ ଅପରେସନରେ କୁପୱାଡାରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଅପରେସନ୍ କୋଟ୍ ନାଲା ଅଧୀନରେ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୁରକ୍ଷା ବାହିନୀ କହିଥିଲା।

Advertisment

Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe