Advertisment

ଲିଫ୍ଟ ମାଗିଲେ, ପରେ ପୁଲିସ ଠାରୁ ଏକେ-୪୭ ଛଡ଼ାଇ ବ୍ୟକ୍ତି ଫେରାର

ଉକ୍ତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

J&K Police

J&K; Police

Advertisment

ପୁଲିସ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି। ପ୍ରଥମେ ଲିଫ୍ଟି ମାଗି କାର୍‌ରେ ବସିଲେ। ପରେ ପୁଲିସ ଅଧିକାରୀଙ୍କ ଠାରୁ ଏକେ-୪୭ ରାଇଫଲ ନେଇ ଫେରାର ହୋଇଗଲେ ବ୍ୟକ୍ତି। ଜମ୍ମୁ କଶ୍ମୀର ଡୋଡା ଅଞ୍ଚଳରୁ ଏଭଳି କିଛି ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଉକ୍ତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

Advertisment

ସୂଚନା ମୁତାପକ, ଏସପିଓ ସଫଦର ହୁସେନ୍ ଏସଟିଏଫ୍ ପୋଷ୍ଟ ଚିରାଲାରୁ ନିଜ କାର୍‌ରେ ଯାଉଥିଲେ (JK 06A 3268)। ବାଟରେ ସେ ସ୍ୱର୍ଗତ ମହମ୍ମଦ ଇକବାଲଙ୍କ ପୁଅ ମହମ୍ମଦ ରଫିଙ୍କୁ ଭେଟିଥିଲେ। ସେ ଏସ୍‌ପିଓଙ୍କ କାର୍‌କୁ ଅଟକାଇ ଲିଫ୍ଟ ମାଗିଥିଲେ। ମହମ୍ମଦ ରାଫି ଡୋଡା ଜିଲ୍ଲାର ଟ୍ରନ୍ ଅଞ୍ଚଳର ବାସିନ୍ଦା।

ସଫଦର କହିଛନ୍ତି ଯେ ସେ କାରରେ ଏକ ସରକାରୀ ରାଇଫଲ (AK-47) ମଧ୍ୟ ରଖିଥିଲେ। ଯେତେବେଳେ ସେ ପୁଲ ଡୋଡା ନିକଟସ୍ଥ ଏକ ଦୋକାନରୁ ପାଣି ଆଣିବାକୁ ଓହ୍ଲାଇଥିଲେ, ସେତେବେଳେ ମହମ୍ମଦ ରଫି ତାଙ୍କ କାର୍‌ ସମେତ ଏକେ-୪୭ ରାଇଫଲକୁ ନେଇ ଫେରାର ହୋଇଯାଇଥିଲେ। ଖୋଜାଖୋଜି ବେଳେ କାରଟି ଭାଲା ଅଞ୍ଚଳର ଜଗୋଟା ନିକଟରେ ମିଳିଥିଲା। ତେବେ AK-47 ସହିତ ମହମ୍ମଦ ରାଫି ଏବେବି ନିଖୋଜ ଅଛନ୍ତି।

Advertisment

ମହମ୍ମଦ ରଫିଙ୍କୁ ଚାରିଆଡେ ପୁଲିସ ଖୋଜାଖୋଜି ଚଳାଇଛି। ବିଭିନ୍ନ ସ୍ଥାନରେ ପଚରାଉଚରା ମଧ୍ୟ କରୁଛି ପୁଲିସ। ସେ ପୁଲିସର ଅଟୋମେଟିକ୍ ରାଇଫଲ ସହ ଡୋଡା ଟାଉନ ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ପରେ ପୁଲିସ ଚିନ୍ତାରେ ପଡିଛି। ପୁଲିସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଜମ୍ମୁ-କଶ୍ମୀରରେ ଲଗାତର ଆତଙ୍କବାଦୀ ଆକ୍ରମଣ ଘଟୁଥିବା ବେଳେ ଏହି ସମୟରେ ଏହି ଘଟଣା ଘଟିଛି।

Jammu Kashmir AK-47 Rifle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe