Advertisment

ଏନ୍‌କାଉଣ୍ଟର, ସେନା ଗୁଳିରେ ଟଳିଲା ଜଣେ ଆତଙ୍କବାଦୀ

ଆହୁରି ଦୁଇରୁ ତିନି ଆତଙ୍କବାଦୀ ସେଠାରେ ଲୁଚି ରହିଛନ୍ତି। ତାଙ୍କୁ ଧରିବା ପାଇଁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି।

ଅଦ୍ୟତନ ହୋଇଛି
Encounter

Encounter

Advertisment

ଜମ୍ମୁ କଶ୍ମୀରରେ ଲଗାତର ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଚାଲିଛି। ତଥାପି ଆତଙ୍କବାଦୀମାନେ ସୁଧୁରୁ ନାହାନ୍ତି। ଏହାରି ଭିତରେ ସୁରକ୍ଷାବାହିନୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

Advertisment

ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲାର ସୋପୋରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି।

ଏହା ବ୍ୟତୀତ ଶ୍ରୀନଗରର କିସ୍ତବାଡ଼ା ଅଞ୍ଚଳ ପଛରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ମଧ୍ୟ ଚାଲିଛି। ଏଥିରେ ଗୁଳିବିନିମୟରେ ତିନି ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀ କହିଛନ୍ତି ଯେ ଦୁଇରୁ ତିନି ଆତଙ୍କବାଦୀ ସେଠାରେ ଲୁଚି ରହିଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ସୂଚନା ପାଇବା ପରେ ସେନା, ସିଆରପିଏଫ ଏବଂ ପୁଲିସ ମିଳିତ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରିଛନ୍ତି।

Advertisment

ସୂଚନାଯୋଗ୍ୟ,ଏହାପୂର୍ବରୁ ଶୁକ୍ରବାର ସୋପୋରର ସାଗିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ବିଦେଶୀ ଆତଙ୍କବାଦୀ ନିହତ ହୋଇଥିଲେ। ଗୁରୁବାର ରାତିରୁ ହିଁ ଏହି ଏନ୍‌କାଉଣ୍ଟର ଜାରି ରହିଥିଲା। ମୃତ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ପୁଲିସ କହିଛି।

Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe