Advertisment

ଜମ୍ମୁ-କଶ୍ମୀରରେ ବେକାରୀ ହାର ଦେଶରେ ସର୍ବାଧିକ

ଜମ୍ମୁ କଶ୍ମୀରରେ ବିଭିନ୍ନ ସରକାରୀ ବିଭାଗରେ ୩ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। ତଥାପି ରାଜ୍ୟକରେ ବେକାରୀ ହାର ସମଗ୍ର ଭାରତରେ ସର୍ବାଧିକ।

Unemployed Youth in Kashmir File Photo

Unemployed Youth in Kashmir File Photo

Advertisment

ଜମ୍ମୁ କଶ୍ମୀରରେ ବେକାରୀ ହାରରେ ବହୁମାତ୍ରାରେ ବୃଦ୍ଧି ଘଟିଛି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (DoE)ର ୨୦୨୪ ପ୍ରଥମ ତ୍ରୟମାସିକ ତଥ୍ୟ ଅନୁଯାୟୀ ରାଜ୍ୟରେ ୩.୫୨ ଲକ୍ଷ ଯୁବକ ବେକାର ଅଛନ୍ତି। ଏମାନଙ୍କ ମଧ୍ୟରୁ ୧.୦୯ ଲକ୍ଷ ଯୁବକ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ହାସଲ କରିଛନ୍ତି, ଯେଉଁମାନେ ରାଜ୍ୟର ସମୁଦାୟ ବେକାରୀର ୩୧ ପ୍ରତିଶତ।

Advertisment

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ରିପୋର୍ଟ ଅନୁଯାୟୀ ଜମ୍ମୁ କଶ୍ମୀରରେ ବେକାରୀ ହାର ୨୩.୧ ପ୍ରତିଶତ ଅଟେ, ଯାହା ସମଗ୍ର ଭାରତରେ ଅନ୍ୟ କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ତୁଳନାରେ ସର୍ବାଧିକ। ଏହି ସଂଖ୍ୟା ରାଜ୍ୟରେ ଭୟଙ୍କର ବେକାରୀ ସମସ୍ୟାକୁ ଦର୍ଶାଉଛି। ରୋଜଗାର ନିର୍ଦ୍ଦେଶକ ନିସାର ଅହମ୍ମଦ ୱାନୀଙ୍କ କହିବା ଅନୁଯାୟୀ, ୨୦୨୩ର ଶେଷ ତ୍ରୟମାସିକ ରିପୋର୍ଟ ତୁଳନାରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେକାରୀଙ୍କ ସଂଖ୍ୟା ୧୦ ହଜାର ବୃଦ୍ଧି ପାଇଛି।

ପଦବୀ ଖାଲି ଅଛି, ବାହାରୁନି ବିଜ୍ଞପ୍ତି
ତେବେ ୨୦୨୩ରେ ସରକାରୀ ଅର୍ଥନୈତିକ ସର୍ଭେ ଅନୁସାରେ ଜମ୍ମୁ କଶ୍ମୀରରେ ବେକାରୀ ହାରରେ ହ୍ରାସ ଘଟିଛି। ଏହା ୨୦୧୯-୨୦ରେ ୬.୭% ରୁ ୨୦୨୧-୨୨ରେ ୫.୨% କୁ ହ୍ରାସ ପାଇଥିଲା। ୨୦୨୨ ମସିହାର ଶେଷ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର) ରିପୋର୍ଟ ଅନୁସାରେ ରାଜ୍ୟରେ ସହରୀ ବେକାରୀ ହାର ୧୩.୫% ରେକର୍ଡ ହୋଇଥିବାବେଳେ ଜାତୀୟ ବେକାରୀ ହାରର ଏହା ୮.୨% ଥିଲା। ଶିକ୍ଷା ଏବଂ ସାଧାରଣ ପ୍ରଶାସନ ଭଳି କ୍ଷେତ୍ରରେ ୩ ଲକ୍ଷରୁ ଅଧିକ ପଦବୀ ଖାଲି ଥାଇ ମଧ୍ୟ ରାଜ୍ୟରେ ବେକାରୀ ସମସ୍ୟା ଶିଖରରେ ପହଞ୍ଚିଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ଖାଲି ଥିବା ପଦବୀ ପାଇଁ ଆବେଦନ ବିଜ୍ଞପ୍ତିକୁ ଚାହିଁ ରହିଛନ୍ତି।

Advertisment

ଚୟନ ପ୍ରକ୍ରିୟାରେ ଡେରି
ଜମ୍ମୁ କଶ୍ମୀର ସେବା ଚୟନ ବୋର୍ଡ (JKSSRB) ଅଧ୍ୟକ୍ଷ ଇନ୍ଦୁ କନୱଲ ଚିବ୍ କହିଛନ୍ତି ଯେ, ୨୦୧୯ରୁ ଏବେ ପର୍ଯ୍ୟନ୍ତ ମୋଟ ୨୨,୬୨୪ଟି ପଦବୀରେ ଚୟନ କରାଯାଇଛି। ଏହା ବ୍ୟତୀତ ୮୭୪ଟି ପଦବୀରେ ନିଯୁକ୍ତି ଏପର୍ଯ୍ୟନ୍ତ ବାକି ରହିଛି। ଆସନ୍ତା କିଛି ସପ୍ତାହରେ ୪,୯୨୧ଟି ପଦବୀ ପାଇଁ ପରୀକ୍ଷା କରାଯିବ। ରାଜ୍ୟର ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ରହିଛି। ଏଗୁଡିକ ମଧ୍ୟରେ ଗୃହ ବିଭାଗରେ ୧,୩୩୬ ପଦବୀ, ସ୍ୱାସ୍ଥ୍ୟ ବିଭାଗରେ ୪୧୫ ପଦବୀ, ଜଳଶକ୍ତି ବିଭାଗରେ ୩୧୪ ପଦବୀ ଏବଂ ବିଜୁଳି ବିଭାଗରେ ୨୯୨ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡିକ ଦୀର୍ଘ ସମୟ ଧରି ଖାଲି ପଡ଼ିଥିବାରୁ ରାଜ୍ୟରେ ବେକାରୀ ସ୍ଥିତି ଆହୁରି ଗୁରୁତର ହୋଇପଡିଛି।

Jammu Kashmir Unemployment Unemployment In Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe