Advertisment

ଦେଶ ପାଇଁ ପ୍ରାଣବଳି ଦେଲା ସେନା କୁକୁର ‘ଫାଣ୍ଟମ୍’

ଏହି କୁକୁର ୦୯ ପାରା ସ୍ପେଶାଲ୍ ଫୋର୍ସରେ ନିଯୁକ୍ତି ପାଇଥିଲା। ଗତକାଲି ଜମ୍ମୁ କଶ୍ମୀରର ଅଖନୁରରେ ହୋଇଥିବା ଆତଙ୍କବାଦୀ ହମ୍‌ଲାରେ ଏହି ସେନା କୁକୁର ପ୍ରାଣ ହରାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Army Dog

Army Dog

ଗତକିଛି ଦିନ ଧରି ଉପତ୍ୟକାର ବିଭିନ୍ନ ସ୍ଥାନରେ ସେନାର ଗାଡ଼ିକୁ ଲକ୍ଷ୍ୟ କରି ହମଲା ଜାରି ରଖିଛନ୍ତି ଆତଙ୍କବାଦୀ। ସୋମବାର ସୁନ୍ଦରବନି ସେକ୍ଟରର ଅଖନୁରରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ। ଏଥିରେ ଆର୍ମି ଡଗ୍ ଫାଣ୍ଟମ ସହିଦ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ହ୍ୱାଇଟ୍ ନାଇଟ୍ କର୍ପସ ପକ୍ଷରୁ ସୋସିଆଲ୍ ମିଡ଼ିଆ Xରେ ସୂଚନା ଦିଆଯିବା ସହ ସହିଦ ଫାଣ୍ଟମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। 'ଆମର ପ୍ରକୃତ ହିରୋ - ସାହସୀ ଭାରତୀୟ ସେନା କୁକୁର ଫାଣ୍ଟମଙ୍କ ସର୍ବୋଚ୍ଚ ବଳିଦାନକୁ ଆମେ ନମସ୍କାର କରୁଛୁ' ବୋଲି ସେନା ପକ୍ଷରୁ କୁହାଯାଇଛି। 

ଦେଶ ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି କୁକୁର ୦୯ ପାରା ସ୍ପେଶାଲ୍ ଫୋର୍ସରେ ନିଯୁକ୍ତି ପାଇଥିଲା। ଏହି ସାହସୀ କୁକୁର ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ପହଞ୍ଚିଥିଲା। ଠିକ୍ ଏହି ସମୟରେ ଆତଙ୍କବାଦୀମାନେ ଏହି ସେନା କୁକୁର ଉପରକୁ ହମଲା କରିଥିଲେ। ଫଳରେ କୁକୁର ଫାଣ୍ଟମ୍ ଦେଶ ପାଇଁ ପ୍ରାଣବଳି ଦେଇଛି।

Advertisment

୨୦୨୦ ମେ ୨୫ରେ ଜନ୍ମ ନେଇଥିଲା। ୨୦୨୨ ଅଗଷ୍ଟ ୧୨ରେ ସେନାରେ ନିଯୁକ୍ତ ହୋଇଥିଲା ବେଲଜିୟମ୍ ମାଲିନୋଏସ୍ ତଥା ବେଲଜିଆର୍ ସେଫାର୍ଡ ପ୍ରଜାତିର ଏହି କୁକୁର।

Army Dog Phantom Terror Attack Jammu Kashmir