Advertisment

ତୀର୍ଥଯାତ୍ରୀ ବସ୍‌ ଉପରେ ହମ୍‌ଲା, ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି

ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କରି ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା କରିଛି।

Jammu Bus Attack

Jammu Bus Attack

Advertisment

ଜମ୍ମୁରେ ତୀର୍ଥଯାତ୍ରୀ ବସ୍ ଉପରେ ହମଲା ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୁଲିସ। ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ଆର୍ଥିକ ପୁରସ୍କାର ମିଳିବ। ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା କରିଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଦୁଇ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଛି। ଅନ୍ୟପକ୍ଷରେ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଲଗାଇବା ପାଇଁ ଏକ ବିଶାଳ ଅପରେସନ ମଧ୍ୟ କରାଯାଉଛି। ସୁରକ୍ଷା ବାହିନୀର ୧୧ ଟି ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ସୁରକ୍ଷା ବାହିନୀ ବିଭିନ୍ନ ଦିଗରୁ ପୋନି ତେରାୟଥ ଅଞ୍ଚଳକୁ ଘେରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଅଧିକାରୀଙ୍କ କହିବା ଅନୁସାରେ, ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)ର ଏକ ଟିମ୍‌ ମଧ୍ୟ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଛି। ସୂଚନା ସଂଗ୍ରହ କରିବା ପାଇଁ ସେହି ଅଞ୍ଚଳରେ ଛାନଭିନ୍‌ ଚାଲିଛି। ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହେବା ପରେ ଜମ୍ମୁ ଏବଂ ରିୟାସି ଜିଲ୍ଲାରେ ସୁରକ୍ଷା ବାହିନୀ ହାଇ ଆଲର୍ଟ ଘୋଷଣା କରିଛି। ଅଧିକାରୀଙ୍କ କହିବାନୁସାରେ ୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।

Advertisment

ଆତଙ୍କବାଦୀମାନେ ଗତ ରବିବାର ଦିନ ପୋନି ଅଞ୍ଚଳର ତେରୟାଥ ଗ୍ରାମ ନିକଟ କାଟ୍ରା ସ୍ଥିତ ଶିବ ଖୋରୀ ମନ୍ଦିରରୁ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଭକ୍ତମାନଙ୍କୁ ନେଇ ଯାଉଥିବା ୫୩ ସିଟ୍ ବିଶିଷ୍ଟ ଏକ ବସ୍ ଉପରେ ଗୁଳି ଚଳାଇଥିଲେ। ଆଖିବୁଜା ଗୁଳିମାଡ଼ ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ଏକ ଘାଇରେ ଖସି ପଡିଥିଲା। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଥିଲେ। ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀର ଭକ୍ତମାନେ ଏହି ଗାଡିରେ ଯାତ୍ରା କରୁଥିଲେ।

Jammu Bus Attack Terrorist Attack On Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe