Advertisment

ପପୁ ଯାଦବଙ୍କ କାର୍‌କେଡକୁ ପିଟିଲା ଟ୍ରକ୍‌, ୧୧ ନେତା ଗୁରୁତର

ଜନ ଅଧିକାର ପାର୍ଟି(JAP) ପ୍ରମୁଖ ପପୁ ଯାଦବଙ୍କ କାର୍‌କେଡରେ ଯାଉଥିବା କାରଗୁଡ଼ିକ ପରସ୍ପର ସହ ଧକ୍କା ହେଲା। ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ JAPର ପ୍ରାୟ ୧୧ ଜଣ ନେତା ଗୁରୁତର ଆହତ ହୋଇଛନ୍ତି।

Pappu Yadav & his car

Pappu Yadav & his car

Advertisment

ଟ୍ରକ୍‌ ଓଭରଟେକ୍‌ କରିବା କାଳ ହେଲା। ଜନ ଅଧିକାର ପାର୍ଟି(JAP) ପ୍ରମୁଖ ପପୁ ଯାଦବଙ୍କ କାର୍‌କେଡରେ ଯାଉଥିବା କାରଗୁଡ଼ିକ ପରସ୍ପର ସହ ଧକ୍କା ହେଲା। ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ JAPର ପ୍ରାୟ ୧୧ ଜଣ ନେତା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ବିଭନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଆରା ଓ ବକ୍ସର ମଦ୍ୟରେ ଥିବା ବ୍ରହ୍ମପୁର ଜାତୀୟ ରାଜପଥରେ ଘଟିଛି।

Advertisment

ପପୁ ଯାଦବ ଗତ ରାତିରେ ସାରଣ ଜିଲ୍ଲାର ମୁବାରକପୁର କାଣ୍ଡର ପୀଡ଼ିତଙ୍କୁ ଭେଟିବାକୁ ନିଜ ଦଳର ନେତାଙ୍କ ସହ ଯାଇଥିଲେ। ସେଠାରୁ ସେ ବିଳମ୍ବିତ ରାତିରେ ଫେରୁଥିଲେ। ତାଙ୍କ ସହ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗାଡ଼ିରେ ଦଳୀୟ ନେତା ଥିବା ବେଳେ ସୁରକ୍ଷା କର୍ମୀ ବି ଥିଲେ।

ବ୍ରହ୍ମପୁର ଫୋରଲେନ୍‌ରେ ପପୁ ଯାଦବଙ୍କ କାର୍‌କେଡ ଅତିକ୍ରମ କରୁଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଗାଡ଼ିଗୁଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ଫଳରେ ଟ୍ରକ୍‌ଟି ଏକ କାର୍‌ ସହ ପିଟି ହୋଇ ଯାଇଥିଲା। ଏହାପରେ ପପୁ ଯାଦବଙ୍କ କାର୍‌କେଡରେ ଥିବା ଗାଡ଼ିଗୁଡ଼ିକ ପରସ୍ପର ସହ ପିଟି ହୋଇଥିଲା।

Advertisment

ଫଳରେ ଗାଡ଼ିରେ ଥିବା ସୁରକ୍ଷା କର୍ମୀଙ୍କ ସହ JAPର ପ୍ରାୟ ୧୧ ଜଣ ନେତା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଦ୍ୟରୁ କାହା ହାତ ଭାଙ୍ଗିଛି ତ କାହା ଛାତିରେ ଓ କାହା ମୁଣ୍ଡରେ ଗଭୀର ଚୋଟ ଲାଗିଛି।

କିଛି ଗୁରୁତର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଉ କିଛି ଜଣଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ପପୁ ଯାଦବ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ମାତ୍ର ତାଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ି ଓଲଟି ରାସ୍ତା କଡ଼ରୁ ଛିଟିକି ପଡ଼ିଛି।

ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହ ଟ୍ରକ୍‌ ଚାଳକଙ୍କୁ ଅଟକ ରଖିଛି।

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe