Advertisment

ନିମନ୍ତ୍ରଣ ଦେବା ବାହାନାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଦୁର୍ବୃତ୍ତମାନେ ତାଙ୍କୁ ନିମନ୍ତ୍ରଣ ଦେବା ବାହାନାରେ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ।

bjp-leader-pramod-yadav

bjp-leader-pramod-yadav

Advertisment

ଦିନ ଦ୍ୱିପହରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଉତ୍ତରପ୍ରଦେଶର ଜୈନପୁରରେ ଘଟିଛି ଏଭଳି କିଛି ଘଟଣା। ନିମନ୍ତ୍ରଣ ଦେବା ବାହାନାରେ ବିଚ୍ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଗଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ, ମୃତ ବଜେପି ନେତା ଜଣକ ହେଲେ ପ୍ରମୋଦ କୁମାର ଯାଦବ। ଜୈନପୁରର ବକ୍ସି ଥାନା ସ୍ଥିତ ବୋଧାପୁର ଛକରେ ଦୁର୍ବୃତ୍ତମାନେ ପ୍ରମୋଦ ଯାଦବଙ୍କ ଉବରକୁ ଗୁଳିମାଡ କରିଥିଲେ। ସେ କେଉଁଆଡେ ଯିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ନିମନ୍ତ୍ରଣ ଦେବା ବାହାନାରେ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପଡିଯାଇଥିଲେ ପ୍ରମୋଦ।

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି।

Advertisment

ପ୍ରମୋଦ ଯାଦବ ୨୦୧୨ର ବିଧାନସଭା ନିର୍ବାଚନରେ ​​ଜୈନପୁରର ମାଲହନି ଆସନରୁ ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କ ପତ୍ନୀ ଜାଗ୍ରତି ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ​​ସମାଜବାଦୀ ପାର୍ଟିର ପାରସ ନାଥ ଯାଦବ ବିଜୟୀ ହୋଇଥିବାବେଳେ ଜାଗ୍ରତି ସିଂହ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ ଧନଞ୍ଜୟ ଏବଂ ଜାଗ୍ରତିଙ୍କ ୨୦୧୭ରେ ଛାଡପତ୍ର ହୋଇଥିଲେ। ଏହା ପରେ ଧନଞ୍ଜୟ ତୃତୀୟ ଥର ପାଇଁ ଜୈନପୁର ଜିଲ୍ଲା ପଞ୍ଚାୟତ ସଭାପତି ଶ୍ରୀକାଲା ରେଡ୍ଡୀଙ୍କୁ ବିବାହ କରିଥିଲେ।

କହିରଖୁ ଯେ, ଗତ ବୁଧବାର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କୁ ଅପହରଣ ଓ ଚୋରା ଚାଲାଣ ମାମଲାରେ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ତାଙ୍କ ଉପରେ ୫୦ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ମାମଲାରେ ମଙ୍ଗଳବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Pramod Yadav Shot Dead BJP Leader Shot Dead Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe